Latest Odisha News

ନିର୍ମାଣଧୀନ ପୋଲରେ ଝୁଲିଲା କାର; ଦୁଇଯାତ୍ରୀ ଗୁରୁତର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଶାହଜହାଁପୁରରେ ସଡ଼କ ଦୁର୍ଘଟଣାରେ ଏକ କାର ନିର୍ମାଣଧୀନ ପୋଲ ଉପରେ ଝୁଲି ରହିଥିଲା । ଫଳରେ ଏଥିରେ ବସିଥିବା ଦୁଇଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।

ଅଲିଗଡ଼ ଜିଲ୍ଲାରେ ରହୁଥିବା ନୁମୈର ଖାନ ତାଙ୍କ ମା’ ଓ ସାନ ଭାଇ ଏକ କାରରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଏହି ଦୁର୍ଘଟଣାକୁ ନେଇ ନୁମୈର କହିଛନ୍ତି, ‘ପୂର୍ବ ଫତେହଗଞ୍ଜରୁ ଦାତାଗଞ୍ଜ ଯାଉଥିବା ନିର୍ମାଣଧୀନ ଷ୍ଟେଟ ହାଇୱେ ନିକଟସ୍ଥ ଗ୍ରାମ ମାରୁଆଝାଲା ନିକଟରେ ନିର୍ମାଣଧୀନ ପୋଲର କାମ ଚାଲୁଥିଲା । ପୋଲ କାମ ଚାଲୁଥିବା ବେଳେ ସେଠାରେ କୌଣସି ସତର୍କ ଫଳକ ଲାଗି ନଥିଲା । ତେଣୁ ମୁଁ କିଛି ଜାଣି ପାରି ନଥିଲି । ରାସ୍ତାଶେଷ ହେବାପରେ କାର ନିର୍ମାଣଧୀନ ପୋଲ ଉପରେ ଚଢ଼ିଯାଇଥିଲା । ଫଳରେ ଦୁର୍ଘଟଣା ଘଟି ମୋର ହାତ ଓ ମା’ ରେହନାଙ୍କ ଅଣ୍ଟା ହାଡ ଭାଙ୍ଗି ଯାଇଥିଲା ।ସ୍ଥାନୀୟ ଲୋକେ ଆମକୁ ଉଦ୍ଧାର କରିଥିଲେ ।

Comments are closed.