Latest Odisha News

BREAKING NEWS

ପୂର୍ବ ଶତ୍ରୁତାରୁ ବାପ-ପୁଅଙ୍କ ସମେତ ୩ ଜଣଙ୍କୁ ଏସିଡ ମାଡ 

ଫୁଲବାଣୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାପ-ପୁଅଙ୍କ ସହ ୩ ଜଣଙ୍କୁ ଏସିଡ ମାଡ। ଫୁଲବାଣୀ ଟାଉନ ଥାନା ଶଶୀ ପାନଦୋକାନ ଛକରେ ଘଟିଛି ଏଭଳି ଘଟଣା । ଆହତ ବ୍ୟକ୍ତି ହେଲେ ଚନ୍ଦ୍ର ମହାନ୍ତି, ପୁଅ ସୁରଜ ମହାନ୍ତି ଓ ଅନ୍ୟ ଜଣେ ତାଙ୍କ ବନ୍ଧୁ ରାକେଶ ମିଶ୍ର। ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ପ୍ରମୋଦ ସାହୁଙ୍କୁ ଗିରଫ କରିଛି ପୋଲିସ।

ସୂଚନା ଅନୁଯାୟୀ, ସୁରଜ ଏବଂ ରାକେଶ ବାଇକ ଉପରେ ବସିଥିବା ବେଳେ ହଠାତ ପ୍ରମୋଦ ସାହୁ ଏସିଡ ଆଣି ସୁରଜଙ୍କ ମୁହଁକୁ ଫିଙ୍ଗିଥିଲା। ସେଥିରୁ କିଛି ଏସିଡ ରାକେଶ ଉପରେ ମଧ୍ୟ ପଡ଼ିଥିଲା । ସୁରଜର ବାପା ଚନ୍ଦ୍ର ମହାନ୍ତି ଘଟଣାସ୍ଥଳକୁ ଆସିବାରୁ ତାଙ୍କ ଉପରକୁ ମଧ୍ୟ ଏସିଡ ଫିଙ୍ଗିଥିଲା ଅଭିଯୁକ୍ତ ପ୍ରମୋଦ। ସମସ୍ତଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାରୁ ଏସିଡ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତ ପ୍ରମୋଦକୁ ସ୍ଥାନୀୟ ଲୋକ କାବୁ କରି ମାଡ଼ ମାରିବା ସହ ପୋଲିସର ଜିମା ଦେଇଛନ୍ତି। ପୋଲିସ ମାମଲାର ତଦନ୍ତ କରୁଛି।

Comments are closed.