Latest Odisha News

BREAKING NEWS

ସୁଆଣ୍ଡ ଗ୍ରାମରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳ ଆହତ

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ସୁଆଣ୍ଡ ଗ୍ରାମରେ ଏନକାଉଣ୍ଟର । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳ ଆହତ । କାଳୁ ଭୋଳର ଘର ପୁରୀ ସଦର ବାଟଗାଁରେ ବୋଲି ଜଣାପଡିଛି । ଏନକାଉଣ୍ଟର ରେ କାଳୁ ଭୋଳର ଡାହାଣ ଗୋଡରେ ଗୁଳି ବାଜିଛି ।

ସତ୍ୟବାଦୀ ଆଇଆଇସିଙ୍କ ଉପରକୁ ଗୁଳିମାଡ କରିବା ବେଳେ ଏହି ଏନକାଉଣ୍ଟର କରାଯାଇଥିବା ସୂଚନା ରହିଛି । ଗୁରୁତର ଅବସ୍ଥାରେ କାଳୁ ଭୋଳ କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅପରାଧୀ କାଳୁ ନାଁ ରେ ଜିଲ୍ଲାର ବିଭିନ୍ନ ଥାନାରେ ୧୮ ରୁ ଉର୍ଦ୍ଧ୍ବ ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Comments are closed.