Latest Odisha News

ଚା’ ମାଗିବାରୁ ସ୍ୱାମୀଙ୍କୁ କଇଁଚିରେ ଆକ୍ରମଣ କରି ସ୍ତ୍ରୀ ଫେରାର

ଲକ୍ଷ୍ନୌ: ସ୍ବାମୀ ଚା’ ମାଗିବାରୁ ସ୍ତ୍ରୀ ତାଙ୍କ ଆଖିକୁ କଇଁଚିରେ ଭୁସି ଫେରାର ହୋଇଯାଇଥିବା ଅଭିଯୋଗ। ଉତ୍ତରପ୍ରଦେଶର ବାଗପତ ଜିଲ୍ଲାରେ ଘଟିଥିବା ଏହି ଆଶ୍ଚର୍ଯ୍ୟଜନକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁସାରେ, ୩ ବର୍ଷ ତଳେ ସ୍ବାମୀ ଅଙ୍କିତ ଉକ୍ତ ମହିଳାଙ୍କୁ ବିବାହ କରିଥିଲେ। କିନ୍ତୁ, ବାହାଘରର ଅଳ୍ପ ଦିନ ପରେ ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗିରହିଥିଲା। ଏହି ଘଟଣାର ତିନି ଦିନ ପୂର୍ବରୁ ଅଙ୍କିତଙ୍କ ସ୍ତ୍ରୀ ଥାନାରେ ନିର୍ଯାତନା ନେଇ ଅଭିଯୋଗ କରିଥିଲେ। ଏହାପରେ ଅଙ୍କିତ କପେ ଚା ମାଗିବାରୁ ତାଙ୍କ ସ୍ତ୍ରୀ ରାଗିଯାଇ କଇଁଚିରେ ତାଙ୍କ ଆଖିକୁ ଭୁସି ଦେଇଥିଲେ । ପାଟିତୁଣ୍ଡ ଶୁଣି ଅଙ୍କିତଙ୍କ ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥି ସହିତ ଫେରାର୍‌ ସ୍ତ୍ରୀଙ୍କୁ ଧରିବା ଲାଗି ଟିମ୍‌ ଗଠନ କରିଛି।

 

Comments are closed.