Latest Odisha News

BREAKING NEWS

ପାକିସ୍ତାନ ନିର୍ବାଚନ: ନୱାଜ ସରିଫଙ୍କୁ ଆଶ୍ବସ୍ତି, ଲଢିବେ ୨୦୨୪ ନିର୍ବାଚନ 

ଲାହୋର: ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ଲଢ଼ି ପାରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ। ପାକିସ୍ତାନର ନିର୍ବାଚନ ଆୟୋଗ ନୱାଜ ସରିଫଙ୍କ ନାମାଙ୍କନ ପତ୍ର ଗ୍ରହଣ କରିଛନ୍ତି।ଫେବୃଆରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ।

ପୂର୍ବରୁ ସୁପ୍ରିମକୋର୍ଟ ନୱାଜ ସରିଫଙ୍କ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇଥିଲେ। ମାତ୍ର ଏବେ ନିର୍ବାଚନ ଆୟୋଗ ସରିଫଙ୍କ ନାମାଙ୍କନ ପତ୍ରକୁ ସ୍ୱୀକାର କରି ଥିବା ସୂଚନା ମିଳିଛି। ବର୍ତ୍ତମାନ ସରିଫ ନିର୍ବାଚନ ଲଢ଼ିବା ନେଇ ସ୍ପଷ୍ଟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ନୱାଜ ସରିଫ ଦୁଇଟି ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଲାହୋର ଏବଂ ଖାଇବର ପାଖ୍ଟନଖୱାର ମାନସହରା ସହରରୁ ନିର୍ବାଚନ ଲଢ଼ିବେ।

ଗତ ଅକ୍ଟୋବର ମାସରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ବ୍ରିଟେନରେ ୪ ବର୍ଷ ନିର୍ବାସନରେ ରହିବାପରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ । ସରିଫ ୩ ଥର ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ।

 

 

 

Comments are closed.