ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ତତ୍ତ୍ୱଗୁଡିକ ଅନୁସନ୍ଧାନ କଲେ ଅନେକ ପରସ୍ପର ବିରୋଧି ତଥ୍ୟ ଦୃଷ୍ଟି ଗୋଚର ହୋଇଥାଏ । ଶ୍ରୀଜଗନ୍ନାଥଙ୍କ ବିଗ୍ରହ ତତ୍ତ୍ୱ, ଉପାସନାର ଇତିହାସ, ଉପାସନା ବିଧି, ଉପାସନା ଆରମ୍ଭର କାଳ, ଏଭଳି କି ମନ୍ଦିର ପ୍ରତିଷ୍ଠାର ସମୟରେ ମଧ୍ୟ ଅସମାନତା ଦେଖାଯାଏ। ସେଥିପାଇଁ କିଛି କିଛି ଏଭଳି ତତ୍ତ୍ୱର ଆଲୋଚନା କରିବା ଯାହା ବିଭିନ୍ନ ଗବେଷଣା ଦ୍ୱାରା ଆନିତ
ଅବଶ୍ୟ ଗବେଷକ, ଓ ଆଲୋଚକ ମାନଙ୍କ ମତରେ ଭିନ୍ନତା ତଥାପି ଏହାର ଆଲୋଚନାର ଆବଶ୍ୟକତା ନିଶ୍ଚୟ ରହିଛି। ପ୍ରଥମେ ଜାଣିବା ମୂର୍ତ୍ତି ତତ୍ତ୍ୱ ଶ୍ରୀମନ୍ଦିରରେ ପୂଜିତ ହେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀଜଗନ୍ନାଥ ବା ଶ୍ରୀପୁରୁଷୋତ୍ତମ। ଏମାନେ ଦାରୁର ଶରୀର ଧାରୀବଡଠାକୁର ବଲଭଦ୍ର, ମା ସୁଭଦ୍ରା, ପ୍ରଭୁ ଜଗନ୍ନାଥ ଓ ଶ୍ରୀ ସୁଦର୍ଶନ। ବଡ଼ଠାକୁର ବଲଭଦ୍ର ଓ ପ୍ରଭୁ ଜଗନ୍ନାଥ ହେଲେ ପୁରୁଷ, ତଥା ମା ସୁଭଦ୍ରା ହେଲେ ପ୍ରକୃତି ସ୍ୱରୂପା ଓ ଶ୍ରୀ ସୁଦର୍ଶନ ସ୍ତମ୍ଭ ରୂପୀ କ୍ଲିବ। ନାରଦ ପୁରାଣ ଓ ବ୍ରହ୍ମ ପୁରାଣ ମୌଳିକ ରୂପେ ତିନି ମୂର୍ତ୍ତି ଗଠନର ପ୍ରମାଣ ଦେଉଥିବା ସମୟରେ ସ୍କନ୍ଦ ପୁରାଣ (ଉତ୍କଳ ଖଣ୍ଡ )ଶ୍ରୀ ସୁଦର୍ଶନଙ୍କୁ ମିଶାଇ ଚତୁର୍ଦ୍ଧା ମୂର୍ତ୍ତି ନିର୍ମାଣର ପ୍ରମାଣ ଦେଇଥାଏ। କିନ୍ତୁ ଶ୍ରୀମନ୍ଦିର ପୂଜା ବିଧି ଅନୁସନ୍ଧାନ କଲେ ଜଣାଯାଏ ତିନି ବାଡ଼ରେ ଠାକୁରମାନେ ପୂଜିତ ହୁଅନ୍ତି। କାରଣ ଶ୍ରୀ ସୁଦର୍ଶନ ପ୍ରଭୁ ଜଗନ୍ନାଥଙ୍କ ଆୟୁଧ ହିସାବରେ ସ୍ତମ୍ଭ ଆକାରରେ ରହି ଶ୍ରୀଜଗନ୍ନାଥଙ୍କ ସହ ଏକତ୍ର ପୂଜିତ ହୁଅନ୍ତି ଅବଶ୍ୟ ଶାସ୍ତ୍ର ପ୍ରମାଣ ଅନୁସାରେ ବଲଭଦ୍ର ଜୀବ ସ୍ୱରୂପ, ସୁଭଦ୍ରା ମାୟା ସ୍ୱରୂପ, ଜଗନ୍ନାଥ ପରମ ସ୍ୱରୂପ ଓ ସୁଦର୍ଶନ କାଳ ସ୍ୱରୂପ ବିବେଚିତ ହୋଇଥାନ୍ତି। ଏହି ତିନି ମୂର୍ତ୍ତିଙ୍କ ଗଠନ ଶୈଳୀ ଦେଖିଲେ ଏହାଯେ ପୃଥିବୀର ବିରଳ ମୂର୍ତ୍ତି ତାହା ଜଣା ପଡିଥାଏ। ଏଭଳି ଅସାଧାରଣ ମୂର୍ତ୍ତି ଗଠନର ପ୍ରକୃତ ରହସ୍ୟ ଆଜି ପର୍ଯ୍ୟନ୍ତ ଉଦଘାଟିତ ହୋଇ ନାହିଁ, କେବଳ ଶ୍ରୀଜଗନ୍ନାଥ ଆହୁରି ରହସ୍ୟମୟ ହୋଇଛନ୍ତି।
ଆଉ ଆମେ “ସର୍ବ ରହସ୍ୟ ପୁରୁଷୋତ୍ତମସ୍ୟ ଦେବେ ନଜାଣନ୍ତି କୁତଃ ମନ୍ୟୁଷ “କହି ପ୍ରସଙ୍ଗକୁ ଟାଳି ଦେଉ। କିନ୍ତୁ ଆଗାମୀ ଅଧ୍ୟାୟମାନଙ୍କରେ କିଛି କିଛି ରହସ୍ୟ ଜାଣିବାକୁ ପ୍ରଚେଷ୍ଟା କରିବା, ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ।
ଶ୍ରମ ସାରିଲେ ଯେଝା ମତେ
ଚଳନ୍ତି ବୃକ୍ଷ ଛାଡି ପଥେ
ଯେସନେ ପ୍ରାଣୀ ନିଦ୍ରା ଗତେ
ସମ୍ପଦ ଦେଖେ ସ୍ବପ୍ନଗତେ
ଜୟ ଜଗନ୍ନାଥ (ଦ. ତ୍ରୀ.ଉବାଚ )
Comments are closed.