ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ତତ୍ତ୍ୱ ଉପରେ ଅନୁଶୀଳନ କଲେ ଜଣାଯାଏ ଯେ ସାଧାରଣରେ ବିଷ୍ଣୁ ପ୍ରତିମାଙ୍କ ମନ୍ୟୁଷାକୃତି ବିଗ୍ରହ ପରି ଏହି ବିଗ୍ରହମାନେ ଗଠିତ ହୋଇ ନାହାନ୍ତି, କେବଳ ଶ୍ରୀଜଗନ୍ନାଥ ଙ୍କ ବିଗ୍ରହ କୁ ଲକ୍ଷ କରନ୍ତୁ, ତ୍ରିକୋଣ ମସ୍ତକ, ଚକ୍ଷୁ ଗୋଲାକାର ଓ ଭ୍ରୂଲତା ହୀନ, କର୍ଣ ନାହିଁ, ପାଦ ନାହିଁ, ହସ୍ତ ଦ୍ବୟ ସମ୍ମୁଖ ଦିଗକୁ ଉଦ୍ୟତ ଅଥଚ ଆଙ୍ଗୁଳି ଶୂନ୍ୟ, ଅଧର ଅଛି ଓ଼ଷ୍ଠ ନାହିଁ ବା ଏକ ବକ୍ର ଓ଼ଷ୍ଠ ଗ୍ରୀବା ନାହିଁ, କଟି ନାହିଁ, ସ୍ଥୁଳ ଭାବରେ କହିଲେ ଏକ ଅଧା ଗଢ଼ା ବିଗ୍ରହ କିନ୍ତୁ ପୂର୍ଣ୍ଣ ବ୍ରହ୍ମ ସ୍ୱରୂପ। ସେହିପରି ବଳଭଦ୍ର ଏବଂ ସୁଭଦ୍ରାଙ୍କ ବିଗ୍ରହ ଅନେକ ଭିନ୍ନତାରେ ପରିପୂର୍ଣ୍ଷ ଅଟେ।
ଏହି ତିନି ଠାକୁର ନିଜର ଭନ୍ନ ଗଠନ ଶୈଳୀ ପାଇଁ କୌଣସି ବୈଦିକ, ପୌରାଣିକ, ତାନ୍ତ୍ରିକ ଅବା ବୌଦ୍ଧ କିମ୍ବା ଜୈନ ଶାସ୍ତ୍ର ବର୍ଣ୍ଣିତ ଉପାସ୍ୟ ଦେବତା ବା ଦେବା ଦେବୀମାନଙ୍କ ସହ ମେଳ ନହୋଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତି। ଶ୍ରୀଜଗନ୍ନାଥ ତତ୍ତ୍ୱ ସମ୍ପର୍କରେ ପ୍ରାଚୀନ କାଳରୁ ରଚିତ ବିଭିନ୍ନ ଗ୍ରନ୍ଥ ସମୂହରେ ଏହି ବିଗ୍ରହ ତତ୍ତ୍ୱ ଇତ୍ୟାଦି ଅତ୍ୟନ୍ତ ଅସଂଗତ ତଥା ପରସ୍ପର ବିରୋଧି ଅଟନ୍ତି, କେତେବେଳେ ଏହା କପୋଳକଳ୍ପିତ ଭଳି ମଧ୍ୟ ଉପଲବ୍ଧ ହୁଏ। କେତେକ ପୁରାଣ ଶ୍ରୀକ୍ଷେତ୍ରରେ ପ୍ରଥମେ ଶ୍ରୀପୁରୁଷୋତ୍ତମଙ୍କ ପ୍ରତିଷ୍ଠା ବିଷୟରେ ବର୍ଣ୍ଣନା କରିଛନ୍ତି, ଯାହାଙ୍କ ବିଗ୍ରହ ସମ୍ପୂର୍ଣ ରୂପ ମନୁଷ୍କୃତି ବୋଲି ଜଣାଯାଏ। ସେହିପରି ଶବର ପୂଜିତ ନୀଳମାଧବ ଇନ୍ଦ୍ରନୀଳମଣି ପ୍ରସ୍ତରରେ ନିର୍ମିତ୍ତ ସମ୍ପୂର୍ଣ ମନ୍ୟୁଷାକୃତି ବିଗ୍ରହ ବୋଲି ପ୍ରମାଣ ମିଳେ। ସ୍କନ୍ଦ ପୁରାଣ ଏକ ବୃହତ ଗ୍ରନ୍ଥ ଓ ସାତ ଖଣ୍ଡରେ ବିଭକ୍ତ ଏହାର ଦ୍ଵିତୀୟ ଖଣ୍ଡ ବିଷ୍ଣୁ ଖଣ୍ଡ ନାମରେ ପରିଚିତ । ଏଥିରେ ହିଁ ପୁରୁଷୋତ୍ତମ ମାହାତ୍ମ୍ୟ ବର୍ଣ୍ଣିତ ହୋଇଛି ଯାହାକୁ ଶ୍ରୀଜଗନ୍ନାଥଙ୍କ ବିଷୟରେ ବର୍ଣ୍ଣିତ ପ୍ରଧାନ ଗ୍ରନ୍ଥ ଗ୍ରହଣ କରାଯାଇଛି। କାରଣ ଏହାର ଉତ୍କଳ ଖଣ୍ଡରେ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟ ସହିତ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ପ୍ରତିଷ୍ଠା ବିଷୟ ପ୍ରାଞ୍ଜଳ ଭାବରେ ବର୍ଣ୍ଣିତ ହୋଇଛି। ବିଶେଷ ଭାବରେ ଅନୁଧ୍ୟାନ କଲେ ଜଣାଯାଏ ଶ୍ରୀଜଗନ୍ନାଥଙ୍କୁ ଏଥିରେ ବିଷ୍ଣୁଙ୍କ ସହ ତୁଳନା କରାଯାଇଛି। ବଡ଼ ଠାକୁର ବଲଭଦ୍ରଙ୍କୁ ଶେଷନାଗ (ଶିବ )ଓ ମା’ ସୁଭଦ୍ରାଙ୍କୁ ଭୁବନେଶ୍ୱରୀ ହିସାବରେ ଗ୍ରହଣ କରାଯାଇଛି। ସେଥିପାଇଁ ସ୍କନ୍ଦ ପୁରାଣରେ ମଧ୍ୟ ପ୍ରଭୁ ନୃସିଂହ ଓ ମା ଲଷ୍ମୀ ଠାକୁରାଣୀଙ୍କ ବିଶେଷ ପ୍ରାଧାନ୍ୟ ଅଛି। କିନ୍ତୁ ବିଗ୍ରହ ତତ୍ତ୍ୱ ଦେଖିଲେ ଶ୍ରୀବିଗ୍ରହମାନଙ୍କୁ ରୂପ ଦିଆଯାଇଛି। ଯାହାକି କୌଣସି ସମ୍ପ୍ରଦାୟ ନିଜର ବୋଲି ଦାବି କରି ପାରିବେନି, ଅଧିକନ୍ତୁ ସେ ସର୍ବ ମତ ସର୍ବ ସମ୍ପ୍ରଦାୟର ଦେବତା ହୋଇ କାଳ କାଳକୁ ରହିବେ। ଆଗାମୀ ଅଧ୍ୟାୟ ରେ ପୁଣି ଜାଣିବା ଆଉକିଛି ତଥ୍ୟ ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ।
ଏହି ପ୍ରକାରେ ଗୃହ ଵାସ
ଏଣେ ନକରିବ ବିଶ୍ୱାସ
ଦୃଷ୍ଟି ପବିତ୍ର ପାଦ ନ୍ୟାସ
ବସ୍ତ୍ର ପବିତ୍ର ଜଳ ଗ୍ରାସ
ଜୟ ଜଗନ୍ନାଥ (ଦ. ତ୍ରୀ. ଉଵାଚ )
Comments are closed.