Latest Odisha News

BREAKING NEWS

କେଜରିୱାଲଙ୍କୁ ଷଷ୍ଠ ଥର ପାଇଁ ସମନ ଜାରି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଷଷ୍ଠ ଥର ପାଇଁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡ଼ି। ଷଷ୍ଠ ଥର ପାଇଁ ସମନ ଜାରି ଆସନ୍ତା ୧୯ ତାରିଖରେ ହାଜର ହେବାକୁ କହିଛି ଇଡ଼ି। ଏହା ପୂର୍ବରୁ ୫ଥର ସମନ ଜାରି ହୋଇଥିଲା। ଯାହାକୁ ମୁଖ୍ୟମନ୍ତ୍ରୀ ଅଣଦେଖା କରିବା ସହିତ ଇଡ଼ି ଉପରେ ପାଲଟା ଅଭିଯୋଗ ଆଣିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ।

ଇଡ଼ି ଏହା ପୂର୍ବରୁ ଫେବୃଆରୀ ୨, ଜାନୁଆରୀ ୧୭, ଜାନୁଆରୀ ୩, ଡିସେମ୍ବର ୨1 ଓ ନଭେମ୍ବର ୨ ତାରିଖରେ ହାଜର ହେବାକୁ ନୋଟିସ ଜାରି କରିଥିଲା। କିନ୍ତୁ ଏହି ସମନକୁ ଅଣଦେଖା କରିଦେଇଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଏହା ପୂର୍ବରୁ ଆମ ଆଦମୀ ପାର୍ଟି ତରଫରୁ କୁହାଯାଇଥିଲା କି କେଜରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ପ୍ରଶ୍ନ କରିଥିଲେ କି ଯଦି ସେ ଅବକାରୀ ନୀତି ସହିତ ସାମିଲ ନାହାନ୍ତି ତେବେ ତାଙ୍କୁ ସମନ କାହିଁକି ଜାରି କରାଯାଇଛି।

କୋର୍ଟରୁ ମଧ୍ୟ ଝଟକା
ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ହାଜର ନହେବା କାରଣରୁ ଇଡି କୋର୍ଟରେ ଏକ ଆବେଦନ କରିଥିଲେ। ଫଳରେ ଏହି ମାମଲାର ଶୁଣାଣି କରି କୋର୍ଟ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଥିରେ ତାଙ୍କୁ ୧୭ ଫେବୃଆରୀରେ କୋର୍ଟରେ ହାଜର ହେବାକୁ କୁହାଯାଇଛି। ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ କେନ୍ଦ୍ରୀୟ ଏଜେନ୍ସିର ଡାକରାକୁ ପାଳନ ନକରିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବରୁ ୫ଥର ଡକାଇଥିଲା କିନ୍ତୁ କେଜ୍ରିୱାଲ ହାଜର ହୋଇନଥିଲେ। ଏହା ପରେ ତଦନ୍ତକାରୀ ସଂସ୍ଥା କୋର୍ଟର ଦ୍ୱାରସ୍ଥ ହୋଇଥିଲେ।

Comments are closed.