ନୂଆଦିଲ୍ଲୀ: ଇଟାଲୀର ଜଣେ ମହିଳା ସରକାରୀ ସୁବିଧା ହାତେଇବା କିପରି ମିଛ କହିଥିଲେ ତାହା ଏବେ ଖୁଲାସା ହୋଇଛି । ମହିଳା ଜଣଙ୍କ ୧୨ ଥର ଗର୍ଭପାତ କରାଇଥିବା ମିଛ ପ୍ରମାଣ ଦେଇ ଛୁଟି ଏବଂ ଅନ୍ୟ ସୁବିଧା ସୁଯୋଗ ସମେତ ୯୮ ଲକ୍ଷ ଟଙ୍କା ସରକାରୀ ଫାଇଦା ହାସଲ କରିଥିଲେ । ୨୪ ବର୍ଷ ଧରି ସେ ଏହି ଡ୍ରାମା ଚଳାଇଥିଲେ । ପ୍ରେଗେନ୍ସି ଓ ଆର୍ବଶନ ନାମରେ ମ୍ୟାଟରନିଟି ଲିଭ ମଧ୍ୟ ନେଇଥିଲେ । ୫ମ ପ୍ରେଗେନ୍ସି ବେଳେ ତାଙ୍କ ମିଛ ଧରା ପଡିଥିଲା । ଅଧିକାରୀଙ୍କ ନିକଟରେ ସେ ୫ମ ସନ୍ତାନର ଜନନୀ ହୋଇଛନ୍ତି ବୋଲି କହିଥିଲେ । ଯାହାକୁ ନେଇ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ତଦନ୍ତ ପରେ ଏହା ମିଥ୍ୟା ପ୍ରମାଣିତ ହୋଇଥିଲା ।
ପେଟରେ ତକିଆ ରଖି ସେ ମଛରେ ଗର୍ଭବତୀ ହୋଇଥିବା ଫଟୋ ସହ ଅନ୍ୟ କାଗଜପତ୍ର ପ୍ରଦାନ କରିଥିଲେ । ସତ ସାମ୍ନାକୁ ଆସିବା ପରେ ମହିଳାଜଣଙ୍କୁ ୧୮ ମାସ ଜେଲ ଦଣ୍ଡ ପ୍ରଦାନ କରାଯାଇଛି । ମହିଳାଙ୍କ ପାର୍ଟନର ତାଙ୍କ ବିପକ୍ଷରେ କୋର୍ଟରେ ବୟାନ ଦେଇଥିଲେ । ସବୁଠାରୁ ମଜା କଥା ଶେଷ ପର୍ଯ୍ୟନ୍ତ ମହିଳା ଜଣଙ୍କ କିନ୍ତୁ ତାଙ୍କ କଥାରୁ ଓହରି ନାହାନ୍ତି ।
Comments are closed.