ଭୁବନେଶ୍ଵର: ସୋସିଆଲ ମିଡିଆରେ ଆମେ ପ୍ରାୟତଃ ସବୁଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଥିବାର ଦେଖିଥାଉ । ସେଥିମଧ୍ୟରୁ କିଛି ଭିଡିଓ ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବା ତ କିଛି ଭିଡିଓ ଆପଣଙ୍କ ଆଖିରେ ଲୁହ ଆଣିଦେଉଥିବା । ସେହିପରି କିଛି ଭିଡିଓକୁ ଦେଖି ଆପଣ ଆପଣଙ୍କ ହସକୁ ରୋକିପାରୁନଥିବେ ତ କିଛି ଭିଡିଓକୁ ନେଇ ଭାଇରାଲ ହେଉଥିବା ଲୋକଟି ଅନେକ ଟ୍ରୋଲର ଶିକାର ହେଉଥିବ । ଏହିପରି ଭିଡିଓକୁ ଦେଖି ଲୋକଙ୍କ ମନରେ ଭିନ୍ନ ଭିନ୍ନ କଥା ଆସେ । ଆଜିକାଲି ବିବାହ ଓ ଶୋଭାଯାତ୍ରାରେ ଏହିପରି ଏପରି ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକମାନେ ଅଜବ ନୃତ୍ୟ କରୁଥିବାର ଦେଖାଯାଏ କିମ୍ବା ବିବାହ ସମୟରେ ବର ଏବଂ କନ୍ୟା ଏପରି କିଛି କରନ୍ତି, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି କିମ୍ବା ନିଜର ହସକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ ।
ଏପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକି ଏକ ବିବାହ ଶୋଭାଯାତ୍ରାର ଏକ ଭିଡିଓ । ଭିଡିଓଟିରେ ଦେଖିବାକୁ ମିଳୁଛି ଯେ, ବରର କାରକୁ ଫୁଲରେ ନୁହେଁ ବରଂ ଚିପ୍ସ ଏବଂ କୁରକୁରେ ପ୍ୟାକେଟରେ ସଜାଯାଇଛି। ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ ଯେ, ସେଠାରେ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଶେଷରେ ବରର ଗାଡି ବରଯାତ୍ରୀ ସହ ସେଠାରେ ପହଞ୍ଚିଛି । କିନ୍ତୁ ବରର କାର ଚିପ୍ସ ଏବଂ କୁରକୁରେ ପ୍ୟାକେଟରେ ସଜାଯାଇଛି | କାର ଭିତରେ ବର ବସିଛି କାରର ଦୁଇ ସାଇଟରେ ବରଯାତ୍ରୀ ଚାଲି ଚାଲି ଯାଉଛନ୍ତି । କାରକୁ ଦେଖି ବାହାରେ ଠିଆ ହୋଇଥିବା ଲୋକମାନେ ବହୁତ ଆଶ୍ଚର୍ଯ୍ୟ ହୋଇଛନ୍ତି ।
View this post on Instagram
ସୂଚନାଯୋଗ୍ୟ ଯେ, ଫେବୃଆରୀ ୭ ରେ ysatpal569 ନାମକ ଜଣେ ଉପଭୋକ୍ତା ତାଙ୍କ ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୧୨ ଲକ୍ଷରୁ ଅଧିକ ଲାଇକ୍ ମିଳିଛି । ଅନ୍ୟପଟେ ଲୋକମାନେ ଏହି ଭାଇରାଲ ଭିଡିଓକୁ ଦେଖି ଅନେକ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି, ଜଣାପଡୁଛି ଯେ ପୁଅଟି ଭଲ ଖାଇବା-ପିଇବା ପରିବାରର ଅଟେ । ସେହିଭଳି ଅନ୍ୟ ଜଣେ ଲେଖିଛନ୍ତି ଯେ, ବରକୁ ବୋଧେ ଚିପ୍ସ ଏବଂ କୁରକୁରେ ଅଧିକ ପସନ୍ଦ । ସେହିଭଳି ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ପିଲାଟିର ବୋଧ ହୁଏ ଏକ ଦୋକାନ ଅଛି, ଆଉ ସେ ପୁରା ଦୋକାନକୁ ନିଜ ସହ ନେଇ ଆସିଛି ।
Comments are closed.