Latest Odisha News

BREAKING NEWS

ଛତିଶା ନିଯୋଗ ବୈଠକ: ମାର୍ଚ୍ଚ ୧୯ ସୁଦ୍ଧା ନାଟମଣ୍ଡପ କାମ ଶେଷ ନେଇ ନିଷ୍ପତ୍ତି ସେପଟେ ରତ୍ନଭଣ୍ଡାର ଉତ୍ତରପାର୍ଶ୍ଵ କାନ୍ଥ ଶୀଘ୍ର ମରାମତି କରାଯିବ

ପୁରୀ: ନାଟମଣ୍ଡପ ମରାମତି ନେଇ ଛତିଶା ନିଯୋଗ ବୈଠକ ଶେଷ ହୋଇଛି । ବୈଠକରେ ନାଟମଣ୍ଡପ ମରାମତି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ନାଟମଣ୍ଡପ ମରାମତି ନେଇ ଶ୍ରୀମନ୍ଦିରରେ ନୀତିନିର୍ଘଣ୍ଟ ମଧ୍ୟ ଚୂଡାନ୍ତ ହୋଇଛି ।

ସୂଚନା ମୁତାବକ, ରାତ୍ର ୨ ଟା ରୁ ଦ୍ୱାରଫିଟା ଯାଇ ରାତ୍ରୀ ୧୧ ଟା ରେ ପହୁଡ କରାଯିବ । ନାଟମଣ୍ଡପ ମରାମତି ସମୟରେ ଭକ୍ତଙ୍କ ଦର୍ଶନରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ଆସନ୍ତା ଫେବୃଆରୀ ୨୩ ତାରିଖରୁ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ ହୋଇ ମାର୍ଚ୍ଚ ୧୯ ତାରିଖ ମଧ୍ୟରେ ଶେଷ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

ଅପରାହ୍ନ ୧ ଟା ରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ମରାମତି କାର୍ଯ୍ୟ ଏଏସଆଇ କରିବ । ନାଟମଣ୍ଡପ ମରାମତି କାର୍ଯ୍ୟ ଖୁବଶୀଘ୍ର ଶେଷ କରିବାକୁ ମାନ୍ୟବର ଉଚ୍ଚନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ ।

ଅନ୍ୟପଟେ ଛତିଶାନିଯୋଗ ବୈଠକ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଏଏସଆଇ ଓଡିଶା ମୁଖ୍ୟ ଡି.ବି ଗଡନାୟକ । ସେ କହିଛନ୍ତି ଯେ, ରତ୍ନଭଣ୍ଡାର ଉତ୍ତରପାର୍ଶ୍ଵ କାନ୍ଥରେ ଫାଟ ସୃଷ୍ଟି ହୋଇଛି । ଏଏସଆଇ ପକ୍ଷରୁ ଏହାର ମରାମତି ଦାୟିତ୍ଵ ଶୀଘ୍ର ହାତକୁ ନିଆଯିବ । ଗତବର୍ଷ ନଭେମ୍ବର ୨୯ ଓ ୩୦ ତାରିଖ ଦୁଇ ଦିନ ଧରି ରତ୍ନଭଣ୍ଡାର ବାହାର ପାର୍ଶ୍ଵ କାନ୍ଥର ୪୯ ଟି ପଏଣ୍ଟରେ ହୋଇଥିଲା ଲେଜର୍ ସ୍କାନିଂ।

Comments are closed.