Latest Odisha News

BREAKING NEWS

ଦୁନିଆର ପ୍ରଥମ ଏଆଇ ଶିଶୁ, ମଣିଷଙ୍କ ପରି କରୁଛି ସମସ୍ତ କାମ

ନୂଆଦିଲ୍ଲୀ: ଆଜିକାଲି ଭାରତ ସମେତ ପୁରା ଦେଶରେ ଆର୍ଟିଫିସିଆଲ ଇଣ୍ଟେଲଜେନ୍ସି ବିଷୟରେ ଅନେକ ଚର୍ଚ୍ଚା ହେଉଛି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅର୍ଥାତ୍ AI ର ସାହାଯ୍ୟରେ, ବିଶ୍ଵର ଅଗ୍ରଣୀ ଟେକ୍ କମ୍ପାନୀଗୁଡିକ ନୂତନ ଆବିଷ୍କାର କରୁଛନ୍ତି ଏବଂ ଏପରି ଅନେକ ଫିଚର ଏବଂ ପ୍ରଡକ୍ଟ ସୃଷ୍ଟି କରୁଛନ୍ତି, ଯାହା ଲୋକଙ୍କ ଜୀବନଶୈଳୀକୁ ଯଥେଷ୍ଟ ପରିବର୍ତ୍ତନ କରିପାରିବ । ଏହି କ୍ରମରେ ଚୀନ୍ ବିଶ୍ୱର ପ୍ରଥମ AI ଶିଶୁ ସୃଷ୍ଟି କରିଛି ।

ବାସ୍ତବରେ, ଏହା ହେଉଛି ଏକ AI ଶିଶୁ କନ୍ୟା, ଯାହା ଚାଇନାର AI ଡେଭଲପରମାନଙ୍କ ଦ୍ୱାରା ନିର୍ମିତ । ଯାହାର ନାମ ରଖାଯାଇଛି ଟୋଙ୍ଗ୍ ଟୋଙ୍ଗ୍ । ହିନ୍ଦୀରେ ଟୋଙ୍ଗ୍ ଟୋଙ୍ଗ୍ ର ଅର୍ଥ ହେଉଛି ଛୋଟ ଝିଅ । AI ସାହାଯ୍ୟରେ ସୃଷ୍ଟି ହୋଇଥିବା ଏହି ଛୋଟ ଝିଅଟୋ ପୁରା ମଣିଷ ପରି କାମ କରିବା ସହ ବ୍ୟବହାରକାରୀଙ୍କ ଦ୍ଵାରା ପଚରାଯାଇଥିବା ପ୍ରଶ୍ନର ମଧ୍ୟ ସଠିକ ଭାବରେ ଉତ୍ତର ଦେଉଛି । ଚାଇନାର ବୈଜ୍ଞାନିକମାନେ ଏହି AI ଝିଅ ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ଝିଅଟି ପୁରା ୩-୪ବର୍ଷର ଶିଶୁ ପରି କାର୍ଯ୍ୟକଳାପ କରୁଛି । ଏହି AI ଶିଶୁଟିର କଥା ଶୁଣିଲା ପରେ ଆପଣଙ୍କୁ ମଧ୍ୟ ଲାଗିବ ଯେ ଏକ ୩-୪ବର୍ଷର ଶିଶୁ କଥା କହୁଛି ।

ସାଉଥ ଚାଇନା ମର୍ନିଂ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ବେଜିଂ ଇନଷ୍ଟିଚ୍ୟୁଟ୍ ଅଫ୍ ଜେନେରାଲ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (BIGAI) ର କମ୍ପ୍ୟୁଟର ବୈଜ୍ଞାନିକମାନେ AI ଟେକ୍ନୋଲୋଜି ସାହାଯ୍ୟରେ ବିଶ୍ୱର ପ୍ରଥମ AI ଝିଅ ସୃଷ୍ଟି କରିଛନ୍ତି । କମ୍ପ୍ୟୁଟର ବୈଜ୍ଞାନିକଙ୍କ ବ୍ୟତିତ ଏହାକୁ ତିଆରି କରିବାରେ ବ୍ୟବହାରିକ ଗଣିତଜ୍ଞ ଏବଂ ସଜ୍ଞାନାତ୍ମକ AI ବିଦ୍ଵାନ ଝୁ ସୋଙ୍ଗଚୁନ୍ ମଧ୍ୟ ସାମିଲ ଅଛନ୍ତି । କୁହାଯାଏ ଯେ ଝୁ ସୋଙ୍ଗଚୁନ୍ ଏହି ଅନୁଷ୍ଠାନ ପ୍ରତିଷ୍ଠା ପାଇଁ ୨୦୨୦ ମସିହାରେ ଲସ୍ ଆଞ୍ଜେଲ୍ସର କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ତାଙ୍କର ପ୍ରଫେସର ପଦ ଛାଡିଥିଲେ ।

 

Comments are closed.