Latest Odisha News

BREAKING NEWS

ବିହାରରେ ଅଛନ୍ତି ବୟସର ଶତକ ପାର କରିଥିବା ୨୧ ହଜାରରୁ ଉର୍ଦ୍ଧ୍ୱ ଭୋଟର

ପାଟନା: ବିହାରରେ ୧୦୦ରୁ ଅଧିକ ବୟସ ପାର କରିଥିବା ୨୧ ହଜାରରୁ ଉର୍ଦ୍ଧ୍ୱ ଭୋଟର ରହିଛନ୍ତି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ନିର୍ବାଚନ କମିଶନରଙ୍କ ଏକ ରିପୋର୍ଟରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । ବିହାରରେ ୭.୬୪ କୋଟି ନାଗରିକ ରହିଛନ୍ତି । ଏମାନଙ୍କ ମଧ୍ୟରେ ୨ କୋଟିରୁ ଅଧିକ ୩୦ ବର୍ଷରୁ କମ ବ୍ୟକ୍ତି ରହିଛନ୍ତି । ପ୍ରଥମ ଥର ପାଇଁ ଆଗାମୀ ଲୋକସଭା ନିର୍ବାଚନରେ ୯.୨୬ ଲକ୍ଷ ଭୋଟର ପ୍ରଥମ ଥର ପାଇଁ ମତଦାନ ସାବ୍ୟସ୍ତ କରିବେ ।

ମୂଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର ଏ ସମ୍ପର୍କରେ ସୂଚନା ଦେଇଥିଲେ । ସେ ରାଜନୈତିକ ଦଳ ସହ ନିର୍ବାଚନ କିପରି ସୁରୁଖୁରୁରେ ହେବ ସେ ନେଇ ଆଲୋଚନା ମଧ୍ୟ କରିଥିଲେ । ପ୍ରାର୍ଥୀଙ୍କୁ ଏଥର ନିର୍ବାଚନ ପ୍ରଚାର ପାଇଁ ୫ ବଦଳରେ ୧୪ ଗାଡିର ସୁବିଧା ରହିବ । ଚଳିତ ବର୍ଷ ଲୋକସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନିରପେକ୍ଷ ନିର୍ବାଚନ ପାଇଁ ଅଧିକରୁ ଅଧିକ ଭୋଟ ଦେବା ପାଇଁ ନିର୍ବାଚନ କମିଶନରଙ୍କ ପକ୍ଷରୁ ମତଦାତାଙ୍କୁ ଅନୁରୋଧ କରାଯାଇଛି ।

Comments are closed.