Latest Odisha News

BREAKING NEWS

ରାହୁଲଙ୍କୁ ପ୍ରଶାନ୍ତ କିଶୋରଙ୍କ ପରାମର୍ଶ, କହିଲେ ରାଜନୀତିରୁ ବ୍ରେକ ନିଅନ୍ତୁ

ନୂଆଦିଲ୍ଲୀ: ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଇଣ୍ଡିଆ ମେଣ୍ଟର ରଣନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଲୋକସଭା ନିର୍ବାଚନର ପ୍ରସ୍ତୁତି ମଧ୍ୟରେ ସେ ଦାବି କରିଛନ୍ତି କି ବିଜେପି ଦକ୍ଷିଣ ରାଜ୍ୟରେ ଭଲ ପ୍ରଦର୍ଶନ କରିବ ଓ ଅଧିକ ଆସନରେ ବିଜୟୀ ହେବ।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ଆପଣଙ୍କ ଲଢେଇ ଉତ୍ତରପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶରେ ଅଛି, କିନ୍ତୁ ଆପଣ ମଣିପୁର ଏବଂ ମେଘାଳୟ ପରିଦର୍ଶନ କରୁଛନ୍ତି। ଏଥିରେ ଆପଣଙ୍କୁ କିପରି ସଫଳତା ମିଳିବ। ଯଦି ଆପଣ ଉତ୍ତର ପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶରେ ବଜୟ ଲାଭ କରନ୍ତି ନାହିଁ, ତେବେ ୱାୟାନାଡରୁ ଜିତିବାରେ କୌଣସି ଲାଭ ହେବ ନାହିଁ। ଆମେଠୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବା ନିଷ୍ପତ୍ତି ଭୁଲ ପ୍ରମାଣିତ ହେବ, ଏହା ଏକ ଭୁଲ ବାର୍ତ୍ତା ପଠାଇବ।

ରାହୁଲ ଗାନ୍ଧୀ ଗତ ୧୦ ବର୍ଷ ଧରି ଦଳ ପାଇଁ ଫଳାଫଳ ଆଣିବାରେ ଅସମର୍ଥ ପ୍ରମାଣିତ ହୋଇଛନ୍ତି। ଏହା ସତ୍ତ୍ୱେ ସେ ଅନ୍ୟମାନଙ୍କୁ ସୁଯୋଗ ଦେଉ ନାହାଁନ୍ତି କିମ୍ବା ସେ ନଜେ ହଟି ଯାଉଛନ୍ତି। ଯେତେବେଳେ ଆପଣ ୧୦ ବର୍ଷ ଧରି ସମାନ କାର୍ଯ୍ୟ କରୁଛନ୍ତି ଏବଂ ଏଥିରେ କୌଣସି ସଫଳତା ପାଇନାହାଁନ୍ତି, ତେବେ ବିଶ୍ରାମ ନେବାରେ କୌଣସି କ୍ଷତି ନାହିଁ। ସେମାନେ ଆଗାମୀ ୫ବର୍ଷ ପାଇଁ ଅନ୍ୟକୁ ଏହି କାମ କରିବାକୁ ଦିଅନ୍ତୁ।

Comments are closed.