Latest Odisha News

ମୃତ ଝିଅର ବିବାହ ପାଇଁ ବିଜ୍ଞାପନ ଦେଲେ ପରିବାର

ମାଙ୍ଗାଲୁର: ପୁଅ, ଝିଅଙ୍କ ବିବାହ ପାଇଁ ବାପା, ମାଆ ସର୍ବଦା ଚିନ୍ତିତ ରହିଥାନ୍ତି । ଭଲ ପ୍ରାର୍ଥୀ ପାଇବା ସେମାନେ ସମସ୍ତ ପ୍ରକାର ଚେଷ୍ଟା କରିଥାନ୍ତି । ତେବେ କର୍ଣ୍ଣାଟକର ଏକ ଖବର କାଗଜରେ ଏ ଭଳି ଗୋଟିଏ ବିଜ୍ଞାପନ ବାହାରିଛି ଯାହା ସମସ୍ତଙ୍କୁ ଚକିତ କରିଛି । ଏହି ବିଜ୍ଞାପନରେ ୩୦ ବର୍ଷ ତଳେ ମୃତ୍ୟୁବରଣ କରିଥିବା ଝିଅ ପାଇଁ ବାପା ମାଆ ମାନେ ବର ଖୋଜିଛନ୍ତି । ଆସନ୍ତୁ ଜାଣିବା ଏହାର ପ୍ରକୃତ କାରଣ ସମ୍ପର୍କରେ.. ।

ଦକ୍ଷିଣ କନ୍ନଡରେ ଏପରି ଏକ ସମୁଦାୟ ଅଛନ୍ତି ଯେଉଁମାନେ କି ମରି ଯାଇଥିବା ପିଲାମାନଙ୍କୁ ଆତ୍ମାଙ୍କ ସହ ବିବାହ କରାଇଥାନ୍ତି। ବର୍ଷ ବର୍ଷ ଧରି ଚାଲି ଆସୁଥିବା ଏହି ପରମ୍ପରା ଏବେ ବି ଏଠାରେ ଉଜ୍ଜୀବୀତ ରହିଛି। ଏହାକୁ କୁଲେ ମେଣ୍ଡିମ କିମ୍ବା ପ୍ରେଥା ମଦୁବେ କୁହାଯାଏ । ଏଥିରେ ଦୁଇ ଆତ୍ମା ମଧ୍ୟରେ ବିବାହ ହୋଇଥାଏ । ବିଜ୍ଞାପନ ଦେବା ପରେ ପରିବାର ସହିତ ବର୍ତମାନ ପର୍ଯ୍ୟନ୍ତ ୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଯୋଗାଯୋଗ କରିଛନ୍ତି।

ଖୁବ ଶୀଘ୍ର ଆନୁଷ୍ଠାନିକ ଭାବେ ବିବାହ କାର୍ଯ୍ୟ ସମ୍ପନ୍ନ କରାଯିବ ବୋଲି ପରିବାରଙ୍କ ପକ୍ଷରୁ କୁହାଯାଇଛି । ଏହି ବିବାହ କରାଯିବା ପରେ ପରିବାରରେ କୌଣସି ଅସୁବିଧା ରହି ନ ଥାଏ ବୋଲି ବିଶ୍ୱାସ ରହିଛି ।

Comments are closed.