ମାଲକାନଗିରି: ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ । ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ତମଗୁଡା ଠାରେ ଶିକ୍ଷକଙ୍କ ବାଇକୁ ବସ୍ ଧକ୍କା ଦେଇଥିଲା । ଘଟଣାସ୍ଥଳରୁ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ମାଥିଲି ସବଡିଭିଜନ ମେଡିକାଲକୁ ନେଇଥିଲେ । କିନ୍ତୁ ସେଠାରେ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ସୂଚନା ଅନୁଯାୟୀ, ବଣ୍ତାଘାଟି ବନ୍ଧଗୁଡା ବିଦ୍ୟାଳୟର ପ୍ରଧାନଶିକ୍ଷକ ଇନ୍ଧ୍ରଜିତ କିର୍ଷାନି ମାଲକାନଗିରି ଶିଖପାଲିର କୁଶବେଡା ବିଦ୍ୟାଳୟରେ ପ୍ରିଜାଡିଙ୍ଗ ଅଫିସର ଭାବେ ନିୟୋଜିତ ହୋଇଥିଲ । ନିଜର ନିର୍ବାଚନ ଡ୍ୟୁଟି ସାରି ଆଜି ସକାଳେ ଘରକୁ ଫେରୁଥିବା ସମୟରେ ତମୁଗୋଡ଼ା ନିକଟରେ ଶିକ୍ଷକଙ୍କୁ ବସ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଶିକ୍ଷକ ଇନ୍ଧ୍ରଜିତ କିର୍ଷାନିଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଷ ସୃଷ୍ଟି ହୋଇଛି ।
Comments are closed.