Latest Odisha News

BREAKING NEWS

କୋହଲି, ଅନୁଷ୍କାଙ୍କ ଆଖି ଛଳ ଛଳ ହୋଇଗଲା

ବେଙ୍ଗାଲୁର: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସକୁ ମାତ ଦେଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପ୍ଲେ ଅଫକୁ ଉନ୍ନୀତ ହୋଇଛି । ମ୍ୟାଚ ପରେ ଦଳର ଷ୍ଟାର ଖେଳାଳି ବିରାଟ କୋହଲିଙ୍କ ଆଖି ଛଳ ଛଳ ହୋଇ ଯାଇଥିଲା । ଯେ ଯଥାସମ୍ଭବ ଚେଷ୍ଟା କରୁଥିଲେ ମଧ୍ୟ ଅମାନିଆ ଲୁହକୁ ଅଟକାଇ ପାରି ନ ଥିଲେ । ବିଜୟ ପରେ କୋହଲି ନିଜ ଖୁସି ଉପରେ ନିୟନ୍ତ୍ରଣ ରଖିପାରି ନ ଥିଲେ । ଷ୍ଟାଡିୟମ ଭିତରେ ଓ ବାହାରେ ଥିବା ପ୍ରଶଂସକମାନେ ମଧ୍ୟ ଝୁମି ଉଠିଥିଲେ । ପ୍ରଥମ ଥର ପାଇଁ ଆରସିବି ପ୍ରଶଂସକଙ୍କ ପାଗଳାମୀ ସନ୍ତୋଷ ପ୍ରଦାନ କରୁଥିଲା । ଅନୁଷ୍କା ମଧ୍ୟ ଭାବପ୍ରବଣ ହୋଇ ପଡିଥିଲେ । ଦଳଗତ ପ୍ରଦର୍ଶନ ବେଙ୍ଗାଲୁରକୁ ବିଜୟୀ କରାଇଥିଲା ।

ଆରମ୍ଭରୁ ଆରସିବିର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା । ଦଳ ୭ଟିରୁ ୬ ମ୍ୟାଚରେ ପରାଜିତ ହୋଇଥିଲା । ପ୍ଲେ ଅଫ ପ୍ରବେଶ ଆଶା କେହି ଚିନ୍ତା କରି ନ ଥିଲେ । ଏବେ ଦଳ କ୍ରମାଗତ ବିଜୟ ସହ ପ୍ଲେ ଅଫକୁ ଉନ୍ନୀତ ହୋଇଛି । ୯ମ ଥର ପାଇଁ ଦଳ ପ୍ଲେ ଅଫରେ ପ୍ରବେଶ କରିଛି । ଅନ୍ୟ ପଟେ ଚେନ୍ନାଇ ଶିବିରରେ ନିରାଶର ବାତାବରଣ ଖେଳି ଯାଇଥିଲା । ଏମଏସ ଧୋନୀ ମଧ୍ୟ ଏତେ ମାତ୍ରାରେ ନିରାଶ ହୋଇ ପଡିଥିଲେ ଯେ, ସାଥୀ ଖେଳାଳିଙ୍କ ସହ ହାତ ନ ମିଳାଇ ପଳାଇ ଯାଇଥିଲେ ।

Comments are closed.