Latest Odisha News

BREAKING NEWS

ପଞ୍ଜାବକୁ ହରାଇଲା ହାଇଦ୍ରାବାଦ

ହାଇଦ୍ରାବାଦ: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ୪ ୱିକେଟରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି । ଏଥିସହ ହାଇଦ୍ରାବାଦ ୧୭ ପଂଏଟ ସହ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ଅବଶ୍ୟ ଦ୍ୱିତୀୟ ମୁକାବିଲା ପରେ ରାଜସ୍ଥାନ ଦ୍ୱିତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିବ କି ନାହିଁ ତାହା ସ୍ପଷ୍ଟ ହେବ । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୫ ୱିକେଟ ହରାଇ ୨୧୪ ରନ କରିଥିଲା । ପ୍ରଭସିମରନ ସିଂ ୭୧ ଓ ରିଲି ରୋସେ ୪୯ ରନର ଇନିଂସ ଖେଳିଥିଲେ । ଜବାବରେ ହାଇଦ୍ରାବାଦ ୧୯.୧ ଓଭରରେ ୬ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।

ଅଭିଷେକ ଶର୍ମା ୨୮ ବଲରୁ ୬୬ ରନ ସଂଗ୍ରହ କରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ହେଇନିରିକ କ୍ଲାସେନ ଦ୍ରୁତ ୪୨ ରନ କରିଥିଲେ । ପଞ୍ଜାବ ୧୪ ମ୍ୟାଚରୁ ୧୦ ପଂଏଟ ହାସଲ କରି ୯ମ ସ୍ଥାନରେ ରହିଛି । କେକେଆର, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫକୁ ଉନ୍ନୀତ ହୋଇଛନ୍ତି ।

Comments are closed.