ନୂଆଦିଲ୍ଲୀ: ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ରାଷ୍ଟ୍ରପତି ରଇସିଙ୍କ ମୃତ୍ୟୁରେ ଭାରତ ସମେତ ଅନେକ ରାଷ୍ଟ୍ର ଶୋକ ପ୍ରକାଶ କରିଛନ୍ତି । ଆଜି ଭାରତରେ ଏକ ଦିବସୀୟ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ସୂଚନା ଦେଇଛି ବୈଦେଶିକ ମନ୍ତ୍ରାଳୟ । କିନ୍ତୁ ସେପଟେ ଇରାନରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ । ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ପରେ ଖୁସିରେ ସେଲିବ୍ରେସନ କରିଛନ୍ତି ଇରାନବାସୀ ।
ଇରାନର ସାକେଜ୍ ସହରରେ, ଲୋକମାନେ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ପରେ ଆନନ୍ଦରେ ବାଣ ଫୁଟାଇ ସେଲିବ୍ରେସନ କରିଥିବା ଦେଖିବାକୁ ମିଳିଛି । ଏପରିକି ରାଇସିଙ୍କ ମୃତ୍ୟୁ ପରେ ଖୁସିରେ ଲୋକେ ପରସ୍ପରକୁ ମିଠା ଖୁଆଇଛନ୍ତି । ଇରାନର ମହିଳାମାନେ ଖୁସିରେ ନାଚୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ କେବଳ ଇରାନ ନୁହେଁ, ଅନ୍ୟ ଦେଶରେ ରହୁଥିବା ପ୍ରବାସୀମାନେ ମଧ୍ୟ ରାଇସିଙ୍କ ମୃତ୍ୟୁକୁ ଖୁସିରେ ପାଳନ କରିଥିଲେ। ଲଣ୍ଡନରେ ଇରାନ ଦୂତାବାସ ବାହାରେ ରାସ୍ତାରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହିପରି ଶହ ଶହ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଭିଡିଉରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ ରାଷ୍ଟ୍ରପତିଙ୍କ ମୃତ୍ୟୁକୁ ନେଇ ଲୋକମାନେ ଦୁଃଖ କମ୍ ଖୁସି ବେଶି ଅଛନ୍ତି । ତେବେ ଇରାନର ଶତ୍ରି ଇସ୍ରାଏଲରେ ଏପରି ଉତ୍ସବ ପାଳନ କରାଯାଉଥିଲେ ହୁଏତ ଏତେ ବିସ୍ମୟକର କଥା ହୋଇନଥାନ୍ତା । କିନ୍ତୁ ନିଜ ଦେଶର ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ ଦେଶବାସୀ ଏପରି ଉତ୍ସବ ପାଳନ କରିବା ଅତି ଚକିତ କର କଥା ନିଶ୍ଚୟ । ତେବେ ଏହି ଉତ୍ସବର ମୁଖ୍ୟ କାରଣ ହେଉଛି ଇବ୍ରାହିମ ରାଇସିଙ୍କ ଖରାପ ପ୍ରତିଛବି । ତାଙ୍କର ଏହି ଖରାପ କାର୍ଯ୍ୟ ପାଇଁ ଇବ୍ରାହିମ ରାଇସିଙ୍କୁ ‘ତେହେରାନ କା କସାଇ’ ବା କଂସେଇ ଖାନାର କଂସେଇ ବୋଲି ମଧ୍ୟ କୁହାଯାଉଥିଲା।
Comments are closed.