Latest Odisha News

ଭୋଟ ଦେବାକୁ ସୁଯୋଗ ପାଉନାହାଁନ୍ତି ନିର୍ବାଚନ କାର୍ଯ୍ୟରେ ଥିବା ପୋଲିସ କର୍ମଚାରୀ, କୋର୍ଟର ଦ୍ୱାରସ୍ଥ ହେବ କଂଗ୍ରେସ

ଆଇଜଲ: ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ଭାରି ପ୍ରଚାର ଚାଲିଛି। ୧୮ତମ ଲୋକସଭା ନିର୍ବାଚନକୁ ନେଇ ଲୋକଙ୍କ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଉତ୍ସାହ ଦେଖିବାକୁ ମିଳୁଛି। ସମଗ୍ର ଦେଶରେ ମତଦାନ ବୁଥରେ ଭୋଟରଙ୍କ ଲମ୍ବା ଧାଡି ଦେଖିବାକୁ ମିଳୁଛି। ଏହି ସମୟରେ, ମିଜୋରାମ କଂଗ୍ରେସ ନିର୍ବାଚନରେ କାର୍ଯ୍ୟରେ ଥିବା ପୋଲିସ କର୍ମଚାରୀ ଭୋଟ୍ ନଦେବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ମିଜୋରାମ ପ୍ରଦେଶ କଂଗ୍ରେସ କମିଟି (MPCC) କହିଛି ଯେ ରାଜ୍ୟରେ ନିର୍ବାଚନ ଡ୍ୟୁଟିରେ ନିୟୋଜିତ ପ୍ରାୟ ୧,୦୪୭ ପୋଲିସ କର୍ମଚାରୀଙ୍କୁ ଭୋଟ୍ ସୁବିଧା ଯୋଗାଇ ଦିଆଯାଇ ନାହିଁ। ଏ ସମ୍ପର୍କରେ ଦଳ ନିର୍ବାଚନ ଆୟୋଗଙ୍କ ବିରୋଧରେ ଗୁହାଟି ହାଇକୋର୍ଟଙ୍କ ନିକଟକୁ ଯିବାକୁ ନିଷ୍ପତ୍ତି ନେଇଛି। ଦଳ କହିଛି ଯେ ଏପ୍ରିଲ ୧୯ରେ ରାଜ୍ୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ପୋଲିସ୍ ଭୋଟ୍ ଦେଇପାରିନଥିଲେ।

ରାଜ୍ୟ କଂଗ୍ରେସ କହିଛି ଯେ ମେ ୧୩ରେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କୁ ଏକ ଚିଠି ଲେଖିଥିଲା। ଯେଉଁଥିରେ ପାର୍ଟି ଅଧିକାରୀଙ୍କୁ ଅନୁରୋଧ କରିଥିଲା ଯେ ନିର୍ବାଚନରେ କାର୍ଯ୍ୟରତ ପୋଲିସ କର୍ମଚାରୀମାନେ ମଧ୍ୟ ନିଜର ମତ ସାବସ୍ତ୍ୟ କରିବାକୁ ସୁଯୋଗ ଦିଆଯାଉ। ଯାହାଫଳରେ ସମସ୍ତ ପୋଲିସ୍ ଅନ୍ୟମାନଙ୍କ ପରି ନିର୍ବାଚନ ପର୍ବରେ ଅଂଶଗ୍ରହଣ କରିପାରିବେ।

କଂଗ୍ରେସ କହିଛି ଯେ ସିଇଓଙ୍କ ଉତ୍ତର ଅନୁଯାୟୀ ଉତ୍ତରପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ଥିବା କାର୍ଯ୍ୟରତ ପୋଲିସ କର୍ମଚାରୀ ଭୋଟ୍ ଦେଇନଥିଲେ। ଦଳ କହିଛି ଯେ ଗୁହାଟି ହାଇକୋର୍ଟର ଆଇଜଲ ବେଞ୍ଚରେ କଂଗ୍ରେସ ଏହି ପ୍ରସଙ୍ଗରେ ପିଏଲ ଦାଖଲ କରିବ, ଯାହା ଦ୍ୱାରା ଏହା ନିଶ୍ଚିତ ହୋଇପାରିବ ଯେ ନିର୍ବାଚନ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀମାନେ ଭୋଟ ଦେଇ ପାରିବେ ନା ନାହିଁ।

ଦେଶର ସାତୋଟି ପର୍ଯ୍ୟାୟରେ ମତଦାନ ଚାଲିଛି। ଯେଉଁଥିରେ ୫ଟି ପର୍ଯ୍ୟାୟ ଭୋଟ୍ ସମାପ୍ତ ହୋଇଛି। ପରବର୍ତ୍ତୀ ଦୁଇଟି ପର୍ଯ୍ୟାୟ ପାଇଁ ସମସ୍ତ ଦଳ ସମ୍ପୂର୍ଣ୍ଣ ବଳ ପ୍ରୟୋଗ କରୁଛନ୍ତି। ଷଷ୍ଠ ପର୍ଯ୍ୟାୟ ମତଦାନ ମେ ୨୫ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଶେଷ ପର୍ଯ୍ୟାୟ ଜୁନ୍ ୧ ରେ ଅନୁଷ୍ଠିତ ହେବ। ଜୁନ୍ ୪ରେ ଫଳାଫଳ ଘୋଷଣା କରାଯିବ।

Comments are closed.