Latest Odisha News

ତାତିରୁ ମିଳିଲା ଆଶ୍ଵସ୍ତି, ଦିନରେ ଜଳେଇଲା ସଂନ୍ଧ୍ୟାରେ ଭିଜେଇଲା

ନୂଆଦିଲ୍ଲୀ: ଦିନରେ ଜଳେଇଲା, ସଂନ୍ଧ୍ୟାରେ ଭିଜେଇଲା । ଆଜି ୫୨.୩ ଡିଗ୍ରୀ ତାପମାତ୍ରାରେ ସର୍ବକାଳୀନ ରେକର୍ଡ ଭାଙ୍ଗିଛି ଦିଲ୍ଲୀ । ତତଲା କଡେଇରେ ଆଉଟୁପାଉଟୁ ହେଉଥିଲେ ଦିଲ୍ଲୀ ବାସୀ । ଏବେ କିନ୍ତୁ ମିଳିଛି ସାମାନ୍ୟ ଆଶ୍ଵସ୍ତି । ସନ୍ଧ୍ୟାବେଳେ ଦିଲ୍ଲୀ ଏବଂ ନୋଏଡାରେ ପାଗ ପରିବର୍ତ୍ତନ ହୋଇ ପ୍ରବଳ ପବନ ସହିତ ବର୍ଷା ହୋଇଛି । ଯଦ୍ଵାରା ରାଜଧାନୀବାସୀଙ୍କୁ ସାମାନ୍ୟ ଆଶ୍ଵସ୍ତି ମିଳିଛି ।

ସୂଚନା ଅନୁସାରେ, ଦିଲ୍ଲୀରେ ବର୍ଷା ସହିତ ପ୍ରବଳ ପବନ ଏବଂ ଘଡଘଡି ହୋଇଛି । କିଛି ସମୟ ବର୍ଷା ହେବା କାରଣରୁ ତାପମାତ୍ରାରେ ହଠାତ୍ ପରିବର୍ତ୍ତନ ଦେଖିବାକୁ ମିଳିଛି । ତେବେ ଦିଲ୍ଲୀ ବ୍ୟତୀତ ନୋଏଡା, ଗାଜିଆବାଦ ଏବଂ ଏନସିଆରର ଅନ୍ୟାନ୍ୟ ଅଞ୍ଚଳରେ ପାଗ ମଧ୍ୟ ବଦଳଛି। ଦିଲ୍ଲୀ ଏନସିଆରରେ ଅଚାନକ କିଛି ସ୍ଥାନରେ ପାଗ ପରିବର୍ତ୍ତନ ପରେ ଲୋକଙ୍କୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।

ସୂଚନାଯୋଗ୍ୟ ଯେ, ଆଜି ୫୨.୩ ଡିଗ୍ରୀ ତାପମାତ୍ରାରେ ସର୍ବକାଳୀନ ରେକର୍ଡ କରିଥିଲା ଦିଲ୍ଲୀ । ଏହାସହିତ ରାଜସ୍ଥାନର ଅନେକ ଅଞ୍ଚଳ ୫୦ ଡିଗ୍ରୀ ଟପିଛି । ହରିୟାଣାର ଶିର୍ଶାରେ ୫୦.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏହା ପୂର୍ବରୁ ଦିଲ୍ଲୀର ମୁଙ୍ଗେଶପୁରରେ ତାପମାତ୍ରା ୫୨.୩ ଡିଗ୍ରୀ ସେଲସିୟସ ଉପରେ ପହଞ୍ଚିଯାଇଥିଲା । ସେପଟେ କିନ୍ତୁ ପାଣିପାଗ ବିଭାଗ କହିଛି ଯେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ।

Comments are closed.