ଭୁବନେଶ୍ୱର: ସରିଲା ୨୦୨୪ ନିର୍ବାଚନ। ଦେଶରେ ମୋଟ ୭ ଟି ରାଜ୍ୟରେ ୪ ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ଉଭୟ ଲୋକସଭା ଓ ବିଧାନସଭାର ଆଜି ଥିଲା ଶେଷ ପରୀକ୍ଷା। ଜୁନ୍ ୪ ରେ ଜଣାପଡ଼ିବ କାହାର ହେବ ଗାଦି? ତେବେ ଏଥର ନିର୍ବାଚନ ସବୁଠୁ ନିଆରା ଥିଲା। ଶାସକ ଓ ବିରୋଧି ଦଳ ମଧ୍ୟରେ ଏଥର ଟକ୍କର ରୋଚକ ଥିଲା। ଏହାରି ଭିତରେ ଅନେକ ସ୍ଥାନରେ ହିଂସାକାଣ୍ଡ ମଧ୍ୟ ଦେଖିବାକୁ ମିଳିଥିଲା। ଅନେକ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବରେ ଭୋଟ ଗ୍ରହଣ ହୋଇଥିଲେ ମଧ୍ୟ ସବୁଠୁ ବେଶୀ ଅଭିଯୋଗ ଆସିଥିଲା ଇଭିଏମ ତ୍ରୁଟିର। ଆଉ ଇଭିଏମ୍ ତ୍ରୁଟିକୁ ନେଇ ଅନେକ ଜାଗାରେ ହିଂସା ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ଅନେକ ଜାଗାରେ ଏଥିପାଇଁ ଭୋଟ ଗ୍ରହଣରେ ବିଳମ୍ବ ମଧ୍ୟ ହୋଇଥିଲା। ଏହି କାରଣରୁ ଭିଭିପାଟ୍ ରୁ ଭୋଟିଂ ସ୍ଲିପ ମଧ୍ୟ ବାହାରିଥିଲା। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ମତଦାତା।
ତେବେ ଗତଥର ଅପେକ୍ଷା ଏଥର କମ୍ ସଂଖ୍ୟକ ତ୍ରୁଟି ଦେଖିବାକୁ ମିଳିଥିଲା ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ସେ କହିଛନ୍ତି ଚଳିତ ନିର୍ବାଚନରେ ଇଭିଏମ୍ ଓ ଭିଭିପାଟରେ ହୋଇଥିବା
ତ୍ରୁଟି ସାମାନ୍ୟ। ଏହା କେବଳ ଖରା ଓ ପାଗ ପାଇଁ ଦେଖା ଦେଇଥିଲା ବୋଲି ସେ ମତ ପ୍ରକାଶ କରିଛନ୍ତି।
ନିର୍ବାଚନ ଅଧିକାରୀଙ୍କ କହିବା ଅନୁଯାୟୀ, ଆଜିର ପର୍ଯ୍ୟାୟରେ ଦିନ ଗୋଟାଏ ସୁଦ୍ଧା ମୋଟ୍ ୧୨୯ ଟି ବାଲଟ ୟୁନିଟ, ୧୮୯ ଟି କଣ୍ଟ୍ରୋଲ ୟୁନିଟ, ଏବଂ ୫୧୫ ଟି ବଦଳାଯାଇଥିଲା। ତେବେ ଏଭଳି ସ୍ଵାଭାବିକ ତ୍ରୁଟି ଭିତରେ ପୂର୍ବ ନିର୍ବାଚନ ଅପେକ୍ଷା ଏଥର ଅଧିକ ଶାନ୍ତିଶୃଙ୍ଖଳା ସହିତ ନିର୍ବାଚନ ଶେଷ ହୋଇଛି। ଖାଲି ଜୁନ୍ ୪ କୁ ଅପେକ୍ଷା, କ’ଣ ହେବ ଫଳାଫଳ?
BREAKING NEWS
- ଆଇପିଏଲ ଆୟରୁ କୋହଲିଙ୍କ କଟିଯିବ ୮ କୋଟି ଟଙ୍କା
- ଏପ୍ରିଲ ୨ରୁ ଖାତାଦେଖା; ମେ ୧୫ ସୁଦ୍ଧା ଯୁକ୍ତ ଦୁଇ ରେଜଲ୍ଟ
- ନକ୍ସଲଙ୍କ ବିସ୍ଫୋରଣ ଯୋଜନା ପଣ୍ଡ; ୪୫ କିଲୋ ଲ୍ୟାଣ୍ଡମାଇନ ଉଦ୍ଧାର
- ଅଫିସିଆଲ ଘୋଷଣା,ନିର୍ଦ୍ଦେଶନା ଦେବେ ହ୍ରିିତିକ ରୋଶନ
- ପୁଣି ବଢିଲା ତାତି, ଝାରସୁଗୁଡ଼ାରେ ୪୨ .୨ ଡିଗ୍ରୀ ରେକର୍ଡ
- ବେଆଇନ ଗୁଟ୍ଖା ଚାଲାଣବେଳେ ମାଡି ବସିଲା ପୋଲିସ
- ପ୍ରଦୀପ ଜେନା ହେଲେ ଓଇଆରସି ଅଧ୍ୟକ୍ଷ
- ତୁର୍କୀ ଫିଲ୍ମରେ ଏଣ୍ଟ୍ରି କଲେ କି ବିରାଟ କୋହଲି, ଭିଡିଓ ଭାଇରାଲ…
- ମାଡ୍ରାସ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ କୁନାଲ କାମରା
- ରାଜଧାନୀରେ ଟ୍ରାଫିକ୍ କଟକଣା; ସନ୍ଧ୍ଯା ୫ରୁ ମଧ୍ୟରାତ୍ରି ଯାଏଁ ଲାଗୁ…
Comments are closed.