Latest Odisha News

BREAKING NEWS

ଖୁବ୍ ଶୀଘ୍ର ମୋଦି ୩.୦; ୮ ନୁହେଁ ୯ରେ ନେବେ ଶପଥ..

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶରେ ମୋଦୀ ୩.0 । ଏନଡିଏ ମେଣ୍ଟର ନିଷ୍ପତି ଅନୁସାରେ ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ ମୋଦୀ । ତେବେ ଆସନ୍ତା ୮ତାରିଖରେ ମୋଦୀ ଶପଥ ଗ୍ରହଣ କରିବାର ନିଷ୍ପତି ନିଆଯାଇଥିବା ବେଳେ ବର୍ତ୍ତମାନ ତାରିଖ ବଦଳିଛି । ୮ ନୁହେଁ ବରଂ ୯ରେ ଶପଥ ନେବେ ମୋଦୀ ।

୯ତାରିଖ ସନ୍ଧ୍ୟା ୬ଟାରେ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ। ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶପଥ ନେବେ ମୋଦୀ। ତେବେ ମୋଦୀଙ୍କ ଶପଥ ସମାରୋହ ଉତ୍ସବରେ ଯୋଗଦେବାକୁ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି । ଭୁଟାନ ନରେଶ, ଶ୍ରୀଲଙ୍କା ରାଷ୍ଟ୍ରପତି, ବାଂଲାଦେଶ ଓ ମରିସସ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି ମୋଦୀ ।

Comments are closed.