Latest Odisha News

BREAKING NEWS

ଦିଗବିଜୟଙ୍କୁ ହରାଇବେ ବୋଲି ସଂକଳ୍ପ କରିଥିଲେ, ଏବେ ହେଲା ପୂରଣ

ରାଜଗଡ: ଲୋକସଭା ନିର୍ବାଚନ ୨୦୨୪ରେ ମଧ୍ୟପ୍ରଦେଶର ସମସ୍ତ ୨୯ସିଟ ବିଜେପି କବଜା କରିଛି । କଂଗ୍ରେସ ଏଠାରେ ବିଜୟ ହାସଲ କରିବା ପାଇଁ ସମସ୍ତ ରଣନୀତି ଆପଣାଇଥିଲା । ଏପରିକି ପୂର୍ବତନ ମୂଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କୁ ତାଙ୍କ ଦୁର୍ଗ ବିବେଚନା କରାଯାଉଥିବା ରାଜଗଡରେ ପ୍ରାର୍ଥୀ କରାଇଥିଲା । ଏଠାରେ ଦିଗବିଜୟ ୧ ଲକ୍ଷ ୪୦ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ପରାଜିତ ହୋଇଥିଲେ । ତାଙ୍କ ପରାଜୟରେ ଖିଲଚିପୁର ବିଧାୟକ ହଜାରୀଲାଲ ଦାଙ୍ଗୀ ବେଶ ଖୁସି ଅଛନ୍ତି । ବହୁତ ବର୍ଷ ତଳେ ଦିଗବିଜୟ ଆମକୁ ରାଧୋଗଡ ଦୁର୍ଗରୁ ବାହାର କରି ଦେଇଥିଲେ । ସେ ସମୟରେ ମୁଁ ସଂକଳ୍ପ କରିଥିଲି ଦିଗବିଜୟଙ୍କୁ ଏହି ଜିଲ୍ଲାରୁ ବିଦା କରିବୁ । ଏବେ ଏହା ପୂରଣ ହୋଇଛି ବୋଲି ହଜାରୀଲାଲ କହିଛନ୍ତି ।

ହଜାରୀଲାଲ ଓ ଦିଗବିଜୟଙ୍କ ଭଲ ସମ୍ପର୍କ ଥିଲା । ୧୯୯୮ରେ ସେ ଖିଲିଚିପୁର ବିଧାୟକ ମଧ୍ୟ ହୋଇଥିଲେ । ୨୦୨୩ରେ କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରି ନ ଥିଲା । ସେ ସମର୍ଥକଙ୍କ ସହ ଦିଗବିଜୟଙ୍କୁ ଭେଟିବାକୁ ଯାଇଥିଲେ । ଦିଗବିଜୟ ତାଙ୍କୁ ଟିକେଟ ନ ଦେଇ ଅପମାନିତ କରି ବିଦା କରିଥିଲି । ଖିଲିଚିପୁର ଭୋଟ ଦିଗବିଜୟଙ୍କ ପରାଜୟର କାରଣ ସାଜିଥିଲା ।

Comments are closed.