Latest Odisha News

BREAKING NEWS

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ସୋରେ: କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ । ସୋର ଷ୍ଟେସନ ନିକଟରେ ୨ଟି ବଗିରେ ଲାଗିଲା ନିଆଁ । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ଚାଲିଛି ଉଦ୍ୟମ । ତେବେ ତାଳଚେରରୁ ଝାଡ଼ଖଣ୍ଡ ଯିବା ବେଳେ ଘଟିଛି ଏହି ଅଘଟଣ ।

ସୂଚନା ମୁତାବକ, ଆଜି ତାଳଚେରରୁ ଝାଡଖଣ୍ଡ ଯାଉଥିବା ମାଲବାହୀ ଟ୍ରେନ୍‌ର ଏକ ବଗିରେ ନିଆଁ ଲାଗିଥିଲା। ଏନେଇ ବାଲେଶ୍ଵର ନିକଟ ସୋର ଷ୍ଟେସନରେ ନିଆଁ ଲାଗିଥିବାର ଲୋକୋପାଇଲଟ ଜାଣିବାକୁ ପାଇଥିଲେ । ଏହାପରେ ସେ ନିକଟ ସୋର ଷ୍ଟେସନକୁ ଏନେଇ ଖବର ଦେଇଥିଲେ । ଖବର ପାଇ ତୁରନ୍ତ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି । ତେବେ ନିଆଁର କାରଣ ଏବେବି ଅସ୍ପଷ୍ଟ ଥିବା ବେଳେ ଏଥିରେ କେତେ କ୍ଷୟକ୍ଷତି ହୋଇଛି ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ ।

Comments are closed.