Latest Odisha News

BREAKING NEWS

ହସ୍ପିଟାଲରୁ ଶିଶୁପୁତ୍ର ଚୋରି

ବାଲେଶ୍ବର: ହସ୍ପିଟାଲରୁ ଶିଶୁପୁତ୍ର ଚୋରି । ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ଶିଶୁପୁତ୍ର ଚୋରି ଅଭିଯୋଗ ହୋଇଛି । ବିଭାଗରୁ ଜଣେ ମହିଳା ଚୋରି କରି ନେଇଥିବା ଅଭିଯୋଗ କରାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ, କାଲି ରାତିରେ ଜନ୍ମିତ ଶିଶୁକୁ ଶିଶୁ ଓ୍ବାଡ୍ ରେ ଟିକା ଦିଆଯିବ କହି ଆଶାକର୍ମୀଙ୍କ ସହ ଆସିଥିବା ଜଣେ ମହିଳା ନେଇଯାଇଥିବା ଜଣାପଡିଛି । ସିସିଟିଭିରୁ ଦେଖି ସମସ୍ତଙ୍କୁ ଚିହ୍ନଟ ହୋଇଛି, ଶୀଘ୍ର ଶିଶୁଟି ଉଦ୍ଧାର ହେବ କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

ସେହିପରି ୨ ମାସ ତଳେ ହସ୍ପିଟାଲ ଏସଏନସିୟୁରୁ  ଅନ୍ୟ ଜଣେ ଶିଶୁ ଚୋରି ହୋଇଥିଲା  ।

 

Comments are closed.