ନୂଆଦିଲ୍ଲୀ : ଗଣତି ଆରମ୍ଭ ହୋଇଗଲାଣି | ଆରମ୍ଭ ହେବାକୁ ଯାଉଛି ମୋଦି ୩.୦ କାଳ | ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି | ଏହା ସହିତ ଶପଥ ନେବେ ପ୍ରାୟ ୬୫ କ୍ୟାବିନେଟ ମନ୍ତ୍ରୀ | ସେଥିପାଇଁ ପୁନଃଗଠିତ ହୋଇଯାଇଛି ମୋଦି ସରକାରଙ୍କ ନୂଆ କ୍ୟାବିନେଟ | ଅମିତ ଶାହା, ରାଜନାଥ ସିଂ , ନିତିନ ଗଡ଼କରୀ, ନିର୍ମଳା ସୀତାରମଣଙ୍କ ଭଳି ଅନେକ ମନ୍ତ୍ରୀଙ୍କୁ ପୁଣି ସୁଯୋଗ ମିଳିଥିବା ବେଳେ ଏଥର ବାଦ ପଡିଯାଇଛନ୍ତି ଦ୍ୱିତୀୟ କ୍ୟାବିନେଟରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଅନେକ ମନ୍ତ୍ରୀ | ସେମାନଙ୍କ ମଧ୍ୟରୁ ସ୍ମୃତି ଇରାନୀ , ଅନୁରାଗ ଠାକୁର ଓ ରାଜୀବ ଚନ୍ଦ୍ରଶେଖରଙ୍କ ଭଳି ମନ୍ତ୍ରୀ ରହିଛନ୍ତି |
ତେବେ ଚଳିତ ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିପାରିନାହିଁ ବିଜେପି | ସରକାର ଗଢିବାକୁ ବିଜେପି ନେତୃତ୍ୱଧୀନ ଏନଡିଏ ସହଯୋଗୀଙ୍କ ସାଥ ଲୋଡିଛି ବିଜେପି | ତେଣୁ କ୍ୟାବିନେଟରେ ଏଥର ଏନଡିଏ ସହଯୋଗୀଙ୍କୁ ବି ସ୍ଥାନ ଦିଆଯାଉଛି | ଏହି କାରଣରୁ ଅନେକ ବିଜେପି ମନ୍ତ୍ରୀ ଏଥର ବାଦ ପଡିଛନ୍ତି | ପ୍ରାୟ ପୂର୍ବ କ୍ୟାବିନେଟର ୨୦ ଜଣଙ୍କୁ ଏଥର କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯାଇନାହିଁ |
ତେବେ ଯେଉଁ ନେତାମାନେ ଏଥର କ୍ୟାବିନେଟରେ ସ୍ଥାନ ପାଇନାହାନ୍ତି ସେମାନଙ୍କ ମଧ୍ୟରେ ରହିଛନ୍ତି ସ୍ମୃତି ଇରାନୀ, ଅନୁରାଗ ଠାକୁର, ରାଜୀବ ଚନ୍ଦ୍ରଶେଖର, ଅଜୟ ମିଶ୍ର ଟେନି, ଜେନେରାଲ ଭି.କେ ସିଂ, ଅଶ୍ୱିନୀ ଚୌବେ, ନାରାୟଣ ରାଣେ, ଅଜୟ ଭଟ୍ଟ, ସାଧବୀ ନିରଂଜନ ଜ୍ୟୋତି, ମୀନାକ୍ଷୀ ଲେଖୀ, ରାଜକୁମାର ରଂଜନ ସିଂ, ଆର.କେ ସିଂ, ଅର୍ଜୁନ ମୁଣ୍ଡା, ନିଶିଥ ପ୍ରେମାନିକ, ସୁଭାଷ ସାର୍କ, ଜନ ବାର୍ଲା, ଭାରତୀ ପାନୱାର,ରାଓସାହେବ ଦାନଭେ, କପିଲ ପାଟିଲ, ନାରାୟଣ ରାଣେ ଏବଂ ଭାଗବତ କରଦରେଙ୍କ ନାମ ରହିଛି।
ତେବେ ଏହି ନେତାଙ୍କ ମଧ୍ୟରୁ କେତେକ ଚଳିତ ନିର୍ବାଚନରେ ପରାଜିତ ହୋଇଥିବା ବେଳେ ଆଉ କିଛି ଏଥର ଲୋକସଭା ଟିକେଟ ପାଇନଥିଲେ | ଏହା ବ୍ୟତୀତ ଏହା ମଧ୍ୟରୁ ଅନେକ ନେତା ନିର୍ବାଚନରେ ଜିତିଥିଲେ ମଧ୍ୟ ଚଳିତ କ୍ୟାବିନେଟରୁ ବାଦ ପଡିଛନ୍ତି |
BREAKING NEWS
- ଉତ୍ତମ ଆଚରଣ ପାଇଁ ୧୯ଜଣ ଆଜୀବନ କଏଦୀଙ୍କୁ ମୁକ୍ତି;ଝାରପଡ଼ାରୁ ୩
- କମନୱେଲଥ୍ ଗେମ୍ସ: ଗ୍ଲାସଗୋ ରେଷ୍ଟୋରାଣ୍ଟରେ ଭାରତର ଭୁଲ୍ ମାନଚିତ୍ର ଦେଖି ଅସନ୍ତୋଷ ପ୍ରକାଶ କଲେ ଲଭଲିନା
- 3-D ରିଇନ୍ଫୋର୍ସଡ୍ ଆଡଭାନ୍ସଡ୍ କମ୍ପୋଜିଟ୍ ଟେକ୍ନୋଲୋଜି ପାଇଁ NIT ରାଉରକେଲାକୁ ମିଳିଲା ପେଟେଣ୍ଟ
- ହାର୍ଦ୍ଦିକଙ୍କ ଚେନ୍ନାଇ ସୁପର କିଙ୍ଗସ ଟ୍ରେଡ୍କୁ ନେଇ ବଢ଼ୁଛି ସସପେନ୍ସ, ସ୍ପଷ୍ଟୀକରଣ ରଖିଲା ମୁମ୍ବାଇ
- Ferry catches fire: ସମୁଦ୍ର ମଝିରେ ଫେରୀରେ ଭୟଙ୍କର ଅଗ୍ନିକାଣ୍ଡ… ୫ ମୃତ ଓ ୪୧ ନିଖୋଜ
- ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନୂଆ ଲୁକ ଭାଇରାଲ, ଫ୍ୟାନ୍ସ ଚକିତ…
- ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜସପ୍ରୀତ ବୁମରାଙ୍କ ବିକଳ୍ପ ସାଜିବେ କି ମହମ୍ମଦ ଶମୀ?
- କମନୱେଲଥ୍ ଗେମ୍ସ : ଗୋଟିଏ ଦିନରେ ଭାରତ ଜିତିଲା ୮ ସ୍ୱର୍ଣ୍ଣ
- ଜଙ୍ଗଲରୁ ୯ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ;ମାଫିଆ ଫେରାର
- କାଳୀ ମନ୍ଦିର ନିକଟରେ ଜିଭ କାଟିଲେ ଯୁବକ, ବିଦେଶରୁ ଫେରିଥିଲେ…
Comments are closed.