Latest Odisha News

BREAKING NEWS

ଅନୈତିକ ସମ୍ପର୍କକୁ ଲୁଚାଇବାକୁ ଯୁବକଙ୍କୁ ହତ୍ୟା କରିଥିଲେ ଦର୍ଶନ, ସିସିଟିଭିରୁ ଜଣାପଡିଲା ସତ

ବେଙ୍ଗଲୁରୁ: ଅଭିନେତ୍ରୀ ପବିତ୍ରା ଗୌଡଙ୍କ ସହ ନିଜର ଅନୈତିକ ସମ୍ପର୍କ ଲୁଚାଇବା ପାଇଁ ବଡ ଷଡଯନ୍ତ୍ର ରଚିଥିଲେ ଦର୍ଶନ ଥୋଗୁଦୀପା । ସିସିଟିଭି ବଖାଣିଲା କେମିତି ହତ୍ୟା କରିଥିଲେ ରେଣୁକା ସ୍ବାମୀଙ୍କୁ । ଗତକାଲି ଦର୍ଶନଙ୍କୁ ରେଣୁକାଙ୍କ ହତ୍ୟା ମାମଲାରେ ଗିରଫ କରିଥିଲା ପୁଲିସ।

ପରେ ପଚରାଉଚରା ପରେ ଖୋଲିଥିଲା ସବୁ ଗୁମର। ମହିଳା ବାନ୍ଧବୀ ପବିତ୍ରା ଗୌଡାଙ୍କ ସହ ନିଜ ପ୍ରେମ ସମ୍ପର୍କ ଲୁଚାଇବା ପାଇଁ ଦର୍ଶନ ଏଭଳି କରିଥିଲେ। ଦର୍ଶନ ୨୦୦୦ମସିହାରୁ ବିବାହ କରିସାରିଥିବା ବେଳେ ଏବେ ଅଭିନେତ୍ରୀ ପବିତ୍ରାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ। ଏହା ଜାଣିବା ପରେ ମୃତକ ରେଣୁକା ଯିଏକି ଦର୍ଶନଙ୍କ ଜଣେ ଫ୍ୟାନ୍ସ, ପବିତ୍ରାଙ୍କୁ ଗାଳି କରି ସୋସିଆଲ ମିଡିଆରେ ମେସେଜ କରୁଥିଲେ। ଦର୍ଶନଙ୍କଠୁ ଦୂରେଇ ରହିବାକୁ ଧମକ ବି ଦେଉଥିଲେ । ଯାହା ଜାଣିବା ପରେ ଦର୍ଶନ ନିଜ ଫ୍ୟାନ ଆସୋସିଏସନର ୯ଜଣ ଯୁବକଙ୍କୁ ସୁପାରୀ ଦେଇ ରେଣୁକା ସ୍ୱାମୀଙ୍କୁ ହତ୍ୟା କରିବାକୁ କହିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଜୁନ ୮ରେ ଦର୍ଶନଙ୍କ ପ୍ରଶଂସକ ରେଣୁକା ସ୍ୱାମୀଙ୍କୁ ଅପହରଣ କରି ବେଙ୍ଗାଲୁରୁର ଏକ ଫାର୍ମହାଉସରେ ରଖିଥିଲେ। ଏହା ପରେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଯେଉଥିରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ସହି ଫାର୍ମହାଉସର ସିସିଟିଭି ପୋଲିସ ଜବତ କରିବା ପରେ ସେଥିରେ ନଜର ଆସିଛି ଯେ, ଦର୍ଶନ ଓ ପବିତ୍ରା ୧୧ଟାରେ ଫାର୍ମହାଉସ୍ ଯାଇ ମୃତଦେହକୁ ଫିଙ୍ଗିବାର ନିର୍ଦ୍ଦେଶ ଦେଇ ଭୋର ୩ଟା ପାଖାପାଖି ସେଠାରୁ ବାହାରିଆସିଥିଲେ। ଯାହା ଦେଖିବା ପରେ ପୋଲିସ ଏବେ ଦର୍ଶନ ଓ ପବିତ୍ରାଙ୍କ ସମେତ ଅନ୍ୟ ୯ଜଣକୁ ମଧ୍ୟ ଗିରଫ କରି ହେପାଜତରେ ରଖିଛି ।

ସୂଚନାଯୋଗ୍ୟ, ଜୁନ୍ ୯ରେ ହୋଇଥିବା ଏକ ହତ୍ୟା ମାମଲାରେ ଦର୍ଶନ ଜଡିତ ଥିବା ନେଇ ଅଭିଯୋଗ ପରେ ଜୁନ୍ ୧୧ରେ ପ୍ରଥମେ ମହିଶୂରର ଏକ ହୋଟେଲରୁ ଦର୍ଶନଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଥିଲା ପୋଲିସ । ପରେ ତାଙ୍କ ବାନ୍ଧବୀ ଅଭିନେତ୍ରୀ ପବିତ୍ରା ଗୌଡଙ୍କୁ ମଧ୍ୟ ଗିରଫ କରିଥିଲା । ତେବେ ଜୁନ୍ ୯ରେ ରେଣୁକା ସ୍ବାମୀ ନାମକ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଡ୍ରେନରୁ ଉଦ୍ଧାର ପରେ ଆରମ୍ଭ ହୋଇଥିଲା ଏହି ମାମଲା । ପୋଲିସର ସୂଚନା ଅନୁଯାୟୀ, ମୃତକ ଜଣକ ଚିତ୍ରଦୁରଗା ବାସିନ୍ଦା ହୋଇଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ପରେ ପୋଲିସର ଖୋଜା ଖୋଜିରେ  କାମାକ୍ସିପଲ୍ୟାର ଏକ ଡ୍ରେନରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ମୃତଦେହ ଜବତ କରିବା ବେଳେ ତାଙ୍କ ଶରୀରରେ ଅନେକ ଆଘାତ ଲାଗିଥିବାର ଚିହ୍ନ ରହିଥିଲା, ତେଣୁ ଏହାକୁ ହତ୍ୟାକାଣ୍ଡ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ତଦନ୍ତ ପରେ ହତ୍ୟା ମାମଲାରେ ପ୍ରଥମେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଅନେକ ପଚରାଉଚରା ପରେ ଉକ୍ତ ଅଭିଯୁକ୍ତ ଜଣଙ୍କ ଅଭିନେତା ଦର୍ଶନଙ୍କ ନାଁ ନେଇଥିଲେ । ଆହୁରି ମଧ୍ୟ ତଦନ୍ତ ସମୟରେ ଜଣାପଡିଥିଲା ଯେ, ଉକ୍ତ ଅଭିଯୁକ୍ତଙ୍କ ସହ ଦର୍ଶନ ଲଗାତାର ଯୋଗାଯୋଗରେ ମଧ୍ୟ ରହିଥିଲେ । ଯାହା ଆଧାରରେ ଦର୍ଶନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଗିରଫ କରିଥିଲା ପୋଲିସ । ଆଉ ଏବେ ସତ୍ୟାସତ୍ୟ ଜଣାପଡିବା ପରେ ଦର୍ଶନ ଓ ପବିତ୍ରାଙ୍କ ସମେତ ଅନ୍ୟ ୯ଜଣକୁ ମଧ୍ୟ ଗିରଫ କରି ହେପାଜତରେ ରଖିଛି  ।

Comments are closed.