Latest Odisha News

BREAKING NEWS

ଏବେଠାରୁ ବିଜେପିର ମୁଣ୍ଡ ଖରାପ କଲାଣି ଏମଏନଏସ

ମୁମ୍ବାଇ: ଲୋକସଭା ନିର୍ବାଚନ ୨୦୨୪ରେ ବିଜେପି ଏବଂ ଏହାର ଗଠବନ୍ଧନକୁ ମହାରାଷ୍ଟ୍ର ନବନିର୍ମାଣ ସେନା ବିନା ସର୍ତରେ ସମର୍ଥନ କରିଥିଲା । ରାଜ ଠାକରେଙ୍କ ଦଳ ଏବେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଚାପରେ ପକାଇଛି । ଏମଏନଏସ ଏବେଠାରୁ ୨୦ଟି ସିଟ ଦାବୀ କରିଛି । ଆଦିତ୍ୟ ଠାକରେଙ୍କ ପାଇଁ ମଧ୍ୟ ବିଧାନସଭା ସିଟ ମାଗିଛି । ମୁମ୍ବାଇ ଓ ମୁମ୍ବାଇ ମହାନଗର ଅଂଚଳର ଅଧିକାଂଶ ସିଟ ରାଜଠାକରେଙ୍କ ଦଳ ଦାବୀ କରିଛି । ଏହା ମଧ୍ୟରେ ୱର୍ଲି, ଦାଦର-ମାହିମ, ମଗାଠାଣି, ଜାଗେଶ୍ୱରୀ, ଥାଣେ, ଓ ଔରଙ୍ଗାବାଦ ପରି ସିଟ ରହିଛି । ୨୦୧୯ରେ ଆଦିତ୍ୟ ୱର୍ଲି ସିଟରୁ ନିର୍ବାଚନ ଲଢ଼ି ଠାକରେ ପରିବାରର ରେକର୍ଡ ଭଙ୍ଗ କରିଥିଲେ । ତାଙ୍କ ପୂର୍ବରୁ ପରିବାର ପକ୍ଷରୁ କେହି ନିର୍ବାଚନ ଲଢ଼ି ନ ଥିଲେ ।

୨୦୦୬ରେ ରାଜଠାକରେ ଶିବସେନାଠାରୁ ଅଲଗା ହୋଇ ଏମଏନଏସ ଗଠନ କରିଥିଲେ । ମହାରାଷ୍ଟ୍ର ୪୮ ଲୋକସଭା ସିଟରୁ ବିଜେପି ୯ଟି ଜିତିଥିଲା । ସହଯୋଗୀ ଦଳ ମଧ୍ୟରୁ ଏକନାଥ ସିନ୍ଦେଙ୍କ ଟିମ ୭ ଓ ଅଜିତ ପାୱାରଙ୍କ ଏନସିପିକୁ ଗୋଟିଏ ସିଟ ମିଳିଛି । ଅପରପକ୍ଷରେ ବିରୋଧୀ ଗୋଷ୍ଠୀଙ୍କୁ ୩୦ ସିଟ ମିଳିଛି । ବିଜେପି ଜୁନ ୧୪ରେ ମୁମ୍ବାଇରେ ସହଯୋଗୀ ଦଳକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛି ।

Comments are closed.