Latest Odisha News

ଦେଖୁ ଦେଖୁ କଳା ମରୁଭୂମି ପାଲଟିଗଲା ଜଙ୍ଗଲ, ନେଇଗଲା ୪ ବନ କର୍ମଚାରୀଙ୍କ ଜୀବନ

ଆଲମୋରା: ଜଙ୍ଗଳରେ ଲାଗିଲା ନିଆଁ । ଦେଖୁ ଦେଖୁ ସବୁଜିମା ବନ କଳା ମରଭୂମି ପାଲଟିଗଲା । ଏହାରି ଭିତରେ ଜୀବନ୍ତ ଜଳି ଗଲେ ୪ ବନ କର୍ମଚାରୀ । ଏଭଳି କିଛି ଅଭାବବନୀୟ ଘଟଣା ଘଟିଛି ଉତ୍ତରାଖଣ୍ଡର ଆଲମୋରା ଜିଲ୍ଲାର ବିନସାର ଜଙ୍ଗଲରେ  । ଗୁରୁବାର ଅପରାହ୍ଣରେ ଏଭଳି ଭୟାନକ ଅଗ୍ନିକାଣ୍ଡ ହୋଇଥିବା ବେଳେ ଏବେ ପର୍ଯ୍ୟନ୍ତ ମଧ୍ୟ ଶାନ୍ତ ହୋଇନାହିଁ । ଏହି ନିଆଁକୁ ଲିଭାଇବାକୁ ଯାଇ ୪ ବନ କର୍ମଚାରୀ ଜୀଅନ୍ତା ଜଳି ଯାଇଥିବା ବେଳେ ଆଉ ୪ ଜଣ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସୂଚନାଯୋଗ୍ୟ, ଗୁରୁବାର ଅପରାହ୍ଣରେ ଉତ୍ତରାଖଣ୍ଡର ଆଲମୋରା ଜିଲ୍ଲାର ବିନସାର ଜଙ୍ଗଲରେ ନିଆଁ ଲାଗିଥିବା ସୂଚନା ପାଇ ଏକ ୮ ଜଣିଆ ବନ କର୍ମଚାରୀ ଦଳକୁ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ହେଲେ ଘଟଣାସ୍ଥଳରେ ପହଞ୍ଚିବା ପରେ ପବନର ବେଗ ପ୍ରବଳ ଯୋଗୁ ନିଆଁ ଝାସ ସେମାନଙ୍କୁ କବଳିତ କରିଥିଲା। ଫଳରେ ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ୪ ଜଣଙ୍କର ଜିଅନ୍ତା ଜଳିଯାଇଥିବା ବେଳେ ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇ ଥିଲେ ମଧ୍ୟ ନିଆଁ ଡାସରେ ସେମାନଙ୍କ ଶରୀରର ଅନେକ ଅଂଶ ଜଳିଯାଇଥିବାରୁ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ତେବେ ଜଙ୍ଗଲର ସ୍ଥିତି ବର୍ତ୍ତମାନ କ’ଣ ସେନେଇ ଅଧିକ ସୂଚନା ମିଳିପାରିନାହିଁ । କାରଣ ନିଆଁର ପ୍ରକୋପ ଏବେ ଯାଏଁ ମଧ୍ୟ କମିନାହିଁ  ।ଯେଉଁ କାରଣରୁ ଘଟଣାସ୍ଥଳକୁ ଯାଇପାରୁନାହାନ୍ତି ବନ ବିଭାଗ ।

ସେପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଗୁରୁତରଙ୍କ ଅଧିକ ଚିକିତ୍ସା ପାଇଁ ସମସ୍ତ ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଆବଶ୍ୟକ ସ୍ଥଳେ ଗୁରୁତରମାନଙ୍କୁ ଏୟାର ଲିଫ୍ଟ କରାଯାଇ ଋଶିକେଷ ସ୍ଥିତ ଏମ୍ସ ପଠାଇବାକୁ ବ୍ୟବସ୍ଥା କରିବାକୁ ବି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପ୍ରତି ମୃତ ବନ କର୍ମଚାରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

Comments are closed.