Latest Odisha News

ପୁଅକୁ ସାପ କାମୁଡିଲା ପରେ ବାପାଙ୍କ ଅଭିନବ ପଦକ୍ଷେପ

ଆଗ୍ରା: ଉତରପ୍ରଦେଶର ଆଗ୍ରାରେ ଏ ଭଳି ଏକ ଘଟଣା ଘଟିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । କାଳିନ୍ଦି ବିହାରରେ ଜଣେ କିଶୋରକୁ ସାପ କାମୁଡି ଦେଇଥିଲା । ଏହା ଦେଖି ତାଙ୍କ ବାପାଙ୍କ ହୋଶ ଉଡି ଯାଇଥିଲା । ସେ କିଛି ବୁଦ୍ଧି ନ ପାଇ ସାପ ପଛରେ ଗୋଡାଇଲେ । ନିଜ ଜୀବନକୁ ବାଜି ଲଗାଇ ସେ ସାପକୁ ଏକ ପଲିଥିନ ରଖିଥିଲେ । ଚିକିତ୍ସା ପାଇଁ ପୁଅକୁ ଡାକ୍ତରଖାନା ନେବା ପରେ ସେ ଯେତେବେଳେ ପଲିଥିନରେ ଥିବା ସାପ ତାଙ୍କ ପୁଅକୁ କାମୁଡିଛି ବୋଲି ଦେଖାଇଲେ ଡାକ୍ତରମାନେ ମଧ୍ୟ ଚକିତ ହୋଇ ପଡିଥିଲେ । ଡାକ୍ତରଙ୍କ ଉଦ୍ୟମ ଯୋଗୁ କିଶୋରଜଣଙ୍କ ବିପଦମୁକ୍ତ ଅଛନ୍ତି ।

ତେବେ ବାପାଙ୍କ ସାହସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ଅବଶ୍ୟ କେତେଜଣ ସାପକୁ ନେବା ଏତେଟା ଜରୁରୀ ନ ଥିଲା ବୋଲି ମତ ଦେଇଛନ୍ତି । ପୁଅ ବିପଦମୁକ୍ତ ହେବା ପରେ ସେ କହିଥିଲେ, ସେ ସମୟରେ ମୋ ମୁଣ୍ଡକୁ କିଛି ବୁଦ୍ଧି ଦିଶି ନ ଥିଲା । ସାପକୁ ଦେଖିଲେ କାଳେ ଡାକ୍ତରମାନେ ଠିକ ଚିକିତ୍ସା କରିବେ ସେଥିପାଇଁ ସାପ ପଛରେ ପଡି ଯାଇଥିଲି ।

Comments are closed.