Latest Odisha News

BREAKING NEWS

ବଲିଉଡରେ ରାଜ୍ କରୁଥିବା ଏହି କଳାକାର ମାନେ ହେଉଛନ୍ତି ଓଡ଼ିଆ

ଭୁବନେଶ୍ୱର: ବଲିଉଡ କଳାକାରଙ୍କ କଳାକାରୀତାରେ ମୁଗ୍ଧ ପ୍ରାୟ ସମସ୍ତେ । ତେବେ ବଲିଉଡରେ ଏଭଳି ଅନେକ କଳାକାର ଅଛନ୍ତି ଯେଉଁମାନେ ଓଡିଶାରେ ଜନ୍ମ ନେଇଛନ୍ତି । ଆଜି ଆମେ ଆପଣଙ୍କୁ ସେହିଭଳି କିଛି କଳାକାରଙ୍କ ସମ୍ପର୍କରେ ଜଣାଇବୁ ଯେଉଁମାନେ ବଲିଉଡରେ ଯାଇ ଆମ ଓଡ଼ିଶାର ସମ୍ମାନ ବଜାଇ ରଖିଛନ୍ତି ।

ସାଧୁ ମେହର:

ଅଭିନେତା ସାଧୁ ମେହର ୧୯୭୪ ମସିହାରେ ଶ୍ରେଷ୍ଟ ଅଭିନେତା ଭାବେ ରାଷ୍ଟ୍ରୀୟ ପୁରସ୍କାର ପାଇଥିଲେ । ୭୦ ଦଶକରେ ସେ ଜଣେ ଲୋକପ୍ରିୟ ଅଭିନେତା ଭାବେ ପରିଚିତ ଥିଲେ ।ବଲିଉଡର ସୁପର ହିଟ ଫିଲ୍ମ ଅଙ୍କୁରରେ ଅଭିନୟ କରିକି ସେ ଲୋକପ୍ରିୟ ହୋଇଯାଇଥିଲେ ।

ନୀଳ ମାଧବ ପଣ୍ଡା:

ନୀଳ ମାଧବ ପଣ୍ଡା ୧୯୭୩ ମସିହା ଅକ୍ଟୋବର ମାସ ୧୮ ତାରିଖରେ ଓଡିଶାର ସୋନପୁର ଜିଲ୍ଲାରେ ଜନ୍ମ ହୋଇଥିଲେ । ନୀଳ ମାଧବ ବଲିଉଡର ଜଣେ ସଫଳତମ ପ୍ରଯୋଜକ ତଥା ନିର୍ଦେଶକ । ଆଇ ଆମ କଲାମ ଭଳି ଅନେକ ହିଟ ଫିଲ୍ମ ସେ ନିର୍ଦ୍ଦେଶନା ଦେଇଛନ୍ତି ।

କ୍ରୀଷ୍ଣା:

କ୍ରୀଷ୍ଣା ବଲିଉଡରେ ନିଜ ଗୀତ ଦ୍ଵାରା ଲୋକମାନଙ୍କର ମନ ଜିତି ନେଇଥିଲେ । ବଲିଉଡର ହିଟ ଫିଲ୍ମ ଚକ ଦେ ଇଣ୍ଡିଆ ଓ ନମସ୍ତେ ଲଣ୍ଡନରେ ନିଜ କଣ୍ଠ ଦ୍ଵାରା ଅନେକ ଲୋକଙ୍କର ମନ କିଣି ନେଇଥିଲେ । କ୍ରୀଷ୍ଣା କଟକ ଜିଲ୍ଲାର ବାଙ୍କିରେ ଜନ୍ମ ହୋଇଛନ୍ତି ।

ନନ୍ଦିତା ଦାସ:

ନନ୍ଦିତା ଦାସ ପରିଶ୍ରମ ଦ୍ଵାରା ବଲିଉଡରେ ନିଜ ନା କରିଥିଲେ । ପ୍ରତିଭାଶାଳୀ ଅଭିନେତ୍ରୀ ନନ୍ଦିତା ଫିଲ୍ମ ନିର୍ଦ୍ଦେଶନା ଦେଇ ମଧ୍ୟ ଓଡିଶା ପାଇଁ ଗୌରବ ଅର୍ଜନ କରିଛନ୍ତି । ସେ ତାଙ୍କ ଅଭିନୟ ପାଇଁ ବେଷ୍ଟ ଫିମେଲ ଡେବ୍ୟୁ ପୁରସ୍କାର ପାଇଥିଲେ ।

ସୋନା ମହାପାତ୍ର :

ଭାରତୀୟ ଗାୟିକା ତଥା ଲିରିସିଷ୍ଟ(ଗୀତିକାର) ଓ କମ୍ପଜର ସୋନା ମହାପାତ୍ର  ଆଇ ହେଟ ଲଭ ଷ୍ଟୋରି ଫିଲ୍ମର ‘ବାହାରା’ ଗୀତ ଗାଇ ଲୋକପ୍ରିୟତା ହାସଲ କରିଥିଲେ । ଏହା ପରେ ସେ ବଲିଉଡ ସହିତ ପୁରା ଭାରତରେ ଲୋକପ୍ରିୟ ହୋଇଯାଇଥିଲେ । କୋକ ଷ୍ଟୁଡ଼ିଓରେ ସମ୍ବଲପୁରୀ ଗୀତ ରଙ୍ଗବତୀ ଗାଇ ସେ ବେଶ ଚର୍ଚ୍ଚାରେ ଥିଲେ । ସୋନାଙ୍କ ଜନ୍ମ ଓଡ଼ିଶାର କଟକ ଜିଲ୍ଲାରେ ।

ମୀରା ନାୟର:

ମୀରା ନାୟର ଜଣେ ଇଣ୍ଡିଆନ ଆମେରିକାନ ଫିଲ୍ମନିର୍ମାତା। ସେ ନିଜ ପ୍ରଡକ୍ସନ କମ୍ପାନୀର ମାଲିକାଣୀ । ମୀରାଙ୍କ ଫିଲ୍ମ ଉଭୟ ଭାରତ ଓ ବିଦେଶର ଲୋକମାନେ  ପସନ୍ଦ କରନ୍ତି। ମୀରା ଏବେ ୬୧ ବର୍ଷର ହୋଇଗଲେଣି । ମୀରା ଓଡିଶାର ରାଉରକେଲାରେ ଜନ୍ମ ହୋଇଛନ୍ତି ।

ସୁଲଗ୍ନା:

ସୁଲଗ୍ନା ଟିଭି ଜଗତ ସହ ବଲିଉଡରେ ନିଜ ଅଭିନୟ ଦ୍ଵାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ସେ ବଲିଉଡରେ ମଡର୨ , ଇସ୍କ ବାଲା ଲଭ , ଗୁରୁ ଦକ୍ଷିଣା ଭଳି ଅନେକ ହିଟ ଫିଲ୍ମରେ ସେ ଅଭିନୟ କରିସାରିଛନ୍ତି । ସୁଲଗ୍ନା ଓଡିଶାର ବ୍ରହ୍ମପୁରରେ ଜନ୍ମ ହୋଇଥିଲେ।

Comments are closed.