Latest Odisha News

BREAKING NEWS

ଓଡ଼ିଶା ସାହିତ୍ୟ ଏକାଡେମୀ’ର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ବିଦ୍ୟାଳୟ ସ୍ତରରେ ସାରସ୍ୱତ ପ୍ରତିଯୋଗିତା

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ତଥା ସର୍ବାଙ୍ଗୀନ ଉନ୍ନତି ପାଇଁ ବିଗତ ଛଅ ଦଶନ୍ଧି ଧରି ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରୁଥିବା ଆମ ରାଜ୍ୟର ସର୍ବୋଚ୍ଚ ସାହିତ୍ୟ ଅନୁଷ୍ଠାନ ‘ଓଡ଼ିଶା ସାହିତ୍ୟ ଏକାଡେମୀ’ର ସ୍ଵନକ୍ଷତ୍ର ଦିବସ ଆସନ୍ତା ଜୁଲାଇ ୨୫ ତାରିଖରେ ଆୟୋଜନ କରିବାକୁ ଯାଉଅଛି । ଏହି ଉପଲକ୍ଷେ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ବିଦ୍ୟାଳୟର ଅଧୟନରତ ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ପ୍ରତ୍ୟେକ ଜିଲ୍ଲାରେ ତା୨୫,୦୬, ୨୦୨୪ ରିଖ ଠାରୁ ତା୦୮.୦୭.୨୦ ୨୪ ରିଖ ପର୍ଯ୍ୟନ୍ତ ୬ଷ୍ଠ ଓ ୭ମ ଶ୍ରେଣୀ କନିଷ୍ଠବର୍ଗ ଏବଂ ୮ମ, ୯ମ ଓ ୧୦ମ ଶ୍ରେଣୀ ବରିଷ୍ଠ ବର୍ଗଙ୍କୁ ନେଇ ୪ ଗୋଟି ବିଭାଗ ଯଥା: ପ୍ରବନ୍ଧ, ବକ୍ତୃତା, କବିତା ଆବୃତ୍ତି ଓ ସାହିତ୍ୟ ସମ୍ପର୍କିତ ସାଧାରଣଜ୍ଞାନ ତଥା ଇଂରାଜୀରୁ ଓଡ଼ିଆ ଅନୁବାଦ ଆଦି ବିଭିନ୍ନ ସାରସ୍ୱତ ପ୍ରତିଯୋଗିତା ମାନ ୩୦ଗୋଟି ଜିଲ୍ଲାରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହେବାକୁ ସ୍ଥିର କରାଯାଇଅଛି ।

ଏଥିପାଇଁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରା ଏ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସହ ଯୋଗାଯୋଗ ସ୍ଥାପନ କରି ପ୍ରତିଯୋଗିତାରେ ବହୁଳ ଭାବରେ ଅଂଶ ଗ୍ରହଣ କରିବାକୁ ଏକାଡେମୀ ପକ୍ଷରୁ ଅନୁରୋଧ କରାଯାଇଅଛି ।

Comments are closed.