Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ସେମିଫାଇନାଲ ଲାଇନଅପ ଚୂଡାନ୍ତ

ଗୁୟାନା: ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ସେମିଫାଇନାଲ ଲାଇନଅପ ଚୂଡାନ୍ତ ହୋଇଯାଇଛି । ତ୍ରିନିଦାଦ ଆଣ୍ଡ ଟବାଗୋରେ ପ୍ରଥମ ସେମିଫାଇନାଲ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ । ସେହିପରି ଦ୍ୱିତୀୟ ସେମିଫାଇନାଲ ଭାରତ ଓ ଇଂଲଣ୍ଡ ମଧ୍ୟରେ ଗୁୟାନାରେ ଖେଳାଯିବ । ଭାରତ ଚମତ୍କାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ଶେଷ ସୁପର ଏଇଟ ମୁକାବିଲାରେ ପରାଜିତ କରି ସେମିରେ ପ୍ରବେଶ କରିଥିଲା । ଅପରପକ୍ଷରେ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଆଫଗାନିସ୍ତାନ ଡକ୍ୱୱର୍ଥ ଲୁଇସ ନିୟମରେ ବାଂଲାଦେଶକୁ ୮ ରନରେ ପରାସ୍ତ କରି ପ୍ରଥମ ଥର ପାଇଁ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି ।

୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ଭାରତ ପରାଜିତ ହୋଇଥିଲା । ଏବେ ଅଷ୍ଟ୍ରେଲିଆକୁ ଶୋଚନୀୟ ଭାବେ ପରାସ୍ତ କରି ଭାରତ ପ୍ରଶଂସକଙ୍କ ମନ ଜିଣିବା ସହ ମଧୂର ପ୍ରତିଶୋଧ ନେଇଛି । ରୋହିତ ଶର୍ମା ପ୍ରଶଂସନୀୟ ୯୨ ରନର ଇନିଂସ ଖେଳିଥିଲେ । ଇଂଲଣ୍ଡ ଏବଂ ଭାରତ ଉଭୟ ଦ୍ୱିତୀୟ ଥର ପାଇଁ ଟି୨୦ ବିଶ୍ୱକପ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛନ୍ତି । ଅପରପକ୍ଷରେ ଆଫଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ଏହି ସଫଳତା ହାତେଇବା ପାଇଁ ଉଦ୍ୟମ କରିବେ ।

Comments are closed.