Latest Odisha News

BREAKING NEWS

ଏବେ ଘରେ ବସି ଦେଖିପାରିବେ ସାଟେଲାଇଟରୁ ନିଆଯାଇଥିବା ଆପଣଙ୍କ ଘରର ଫଟୋ

ବେଙ୍ଗାଲୁରୁ: ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସହାୟତାରେ ଭାରତ ଗୋଟିଏ ପରେ ଗୋଟିଏ ସଫଳତାର ଶିଡ଼ି ଚଢୁଛି ଏବଂ ଅଗ୍ରଗତି ହାସଲ କରୁଛି। ସମ୍ପ୍ରତିରେ ବେଙ୍ଗାଲୁରୁ ସ୍ଥିତି ସ୍ପେସ୍ ସେକ୍ଟର ଷ୍ଟାର୍ଟଅପ୍ ପିକ୍ସେଲ ଏକ ନୂତନ ଉଦ୍ଭାବନ କରିଛି। ଯାହା ଦ୍ୱାରା ଆପଣ ବର୍ତ୍ତମାନ ନିଜ ଘରର ସେଟଲାଇଟ ଫଟୋ ଦେଖିପାରିବେ। ପିକ୍ସେଲ ର ଏପରି ଏକ ଅନଲାଇନ୍ ସଫ୍ଟୱେର୍ ଲଞ୍ଚ କରିବାକୁ ଯୋଜନା ରଖିଛି। ଯାହା ମାଧ୍ୟମରେ ସେଟଲାଇଟ ଦ୍ୱାରା ପୃଥିବୀର ଉଠାଇଥିବା ଫଟୋକୁ ଆପଣ ଆରାମରେ ଘରେ ବସି ଦେଖିପାରିବେ।

ଏହି ସଫ୍ଟୱେର୍ ବିଷୟରେ ସୂଚନା ପ୍ରଦାନ କରି ପିକ୍ସେଲ ସ୍ପେସ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସହ-ପ୍ରତିଷ୍ଠାତା ଅୱେସ୍ ଅହମ୍ମଦ କହିଛନ୍ତି ଯେ ଆର୍ଥ୍ ମନିଟରିଂ ଷ୍ଟୁଡିଓ ସାଧାରଣ ଲୋକଙ୍କୁ ଅତି କମ ମୂଲ୍ୟରେ ସ୍ପେସ୍ ଆଧାରିତ ତଥ୍ୟ ଉପଲବ୍ଧ କରାଇବାରେ ସାହାଯ୍ୟ କରିବ। ପିକ୍ସେଲ ର ଏହି ଷ୍ଟୁଡିଓ ଓରୋରା ଚଳିତ ବର୍ଷ ଶେଷ ସୁଦ୍ଧା ଆରମ୍ଭ ହୋଇପାରେ। ଯାହା ମାଧ୍ୟମରେ ହାଇପରସ୍ପେକ୍ଟ୍ରାଲ ଚିତ୍ର ଏବଂ ଉପଗ୍ରହ ସାହାଯ୍ୟରେ ନିଆଯାଇଥିବା ପୃଥିବୀର ତଥ୍ୟ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରିବ। ଅହମ୍ମଦ କହିଛନ୍ତି, ଗୁଗୁଲ ଭଳି ଏହି ସଫ୍ଟୱେୟାର ବ୍ୟବହାର କରିବା ସହଜ ହେବ।

ପୃଥିବୀର ଚିତ୍ର ଉତ୍ତୋଳନ କରିବା ପାଇଁ ପିକ୍ସେଲ ଦୁଇଟି ଉପଗ୍ରହ ଶକୁନ୍ତଳା ଏବଂ ଆନନ୍ଦ ଲଞ୍ଚ କରିଛି। ପିକ୍ସେଲ ଚଳିତ ବର୍ଷ ସୁଦ୍ଧା ୬ଟି ଉପଗ୍ରହ ଉତକ୍ଷେପଣ କରିବାକୁ ଯୋଜନା କରିଛି। ଏଥିସହ ପିକ୍ସେଲର ଆସନ୍ତା ବର୍ଷ ଆହୁରି ୧୮ଟି ଉପଗ୍ରହ ଉତକ୍ଷେପଣ କରିବାର ଯୋଜନା ରହିଛି । ଏହି ସଫ୍ଟୱେୟାର ସାହାଯ୍ୟରେ ହାଇପରସ୍ପେକ୍ଟ୍ରାଲ ଚିତ୍ର କଏଦ ହୋଇପାରିବ ବୋଲି ଅଧିକାରୀ ଅହମ୍ମଦ କହିଛନ୍ତି। ଯାହାର ଅର୍ଥ ହେଉଛି ଯଦି ଏକ ସାଧାରଣ କ୍ୟାମେରା ସାହାଯ୍ୟରେ ଏକ ଫଟୋ ଉତ୍ତୋଳନ କରାଯାଏ ତେବେ ଏହା ସ୍ପଷ୍ଟ ଚିତ୍ର ଦେଖାଯାଏ ନାହିଁ। କିନ୍ତୁ ଗୋଟେ ହାଇପରସ୍ପେକ୍ଟ୍ରଲ ଫଟୋ ହୁଏ ତେବେ ଏହା ଏତେ ସ୍ପଷ୍ଟ ଦେଖାଯାଏ ଯେ ଆଖିକୁ ନଦିଶିବା ଜିନିଷ ସ୍ପଷ୍ଟ ଚିହ୍ନଟ କରାଯାଇପାରେ।

Comments are closed.