Latest Odisha News

BREAKING NEWS

ଅଭିନେତ୍ରୀ ରିୟା ଦେ ଏବଂ ତାଙ୍କ ସ୍ୱାମୀଙ୍କ ନାମରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା

ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ରିୟା ଦେ ଓ ତାଙ୍କ ସ୍ୱାମୀଙ୍କ ନାଁରେ ନିର୍ଯାତନା ଅଭିଯୋଗ। ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ରିୟାଙ୍କ ଘରେ ଅଭିଯୋଗକାରିଣୀ କେୟାରଟେକର ଭାବେ କାମ କରୁଥିବା ଦାବି କରିଛନ୍ତି।

ମହିଳା ଜଣଙ୍କୁ ଘରେ ଚାବି ପକାଇ ରଖାଯାଇଥିଲା। କିନ୍ତୁ କୌଶଳକ୍ରମେ ସେ ଖସି ଆସି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ରିୟାଙ୍କ ସ୍ୱାମୀ ତାଙ୍କୁ ବିୟର ବୋତଲରେ ମାଡ଼ ମାରିବା ଭଳି କାମ କରିଛନ୍ତି ବୋଲି କହିଛନ୍ତି। ମହିଳା ଜଣକ ଆହୁରି ଅଭିଯୋଗ କରିଛନ୍ତି ଯେ ଦମ୍ପତି ତାଙ୍କୁ ବାରମ୍ବାର ଘରେ ବନ୍ଦ କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ।  ଏବେ ମହିଳାଙ୍କ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିନେତ୍ରୀ ରିୟା ଦେ ଏବଂ ତାଙ୍କ ସ୍ୱାମୀ ଏ ପ୍ରସଙ୍ଗରେ ନିରବ ରହିଛନ୍ତି।

Comments are closed.