ଭୁବନେଶ୍ୱର: ନର୍ଲାର ବିଜେଡି ବିଧାୟିକା ମନୋରମା ମହାନ୍ତି ନିର୍ବାଚନୀ ସତ୍ୟପାଠରେ ଦେଇଥିବା ତଥ୍ୟ ମିଛ ଅଟେ। ଏପରି ଦାବି କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ନର୍ଲା ବିଧାନସଭା ଆସନର ପରାଜିତ କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ। ପଦ ରଦ୍ଦ ହେଉ ବୋଲି ଦାବି କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
କଳାହାଣ୍ଡି ନର୍ଲା ବିଧାୟିକା ମନୋରୋମା ମହାନ୍ତି ତାଙ୍କ ନିର୍ବାଚନ ସତ୍ୟପାଠରେ ମିଥ୍ୟା ଶିକ୍ଷାଗତ ଯୋଗ୍ୟତା ଦର୍ଶାଇ ଥିବା ନେଇ ଭକ୍ତ ଦାସ ଅଭିଯୋଗ କରିଛନ୍ତି। ଆବେଦନରେ ଭକ୍ତ ଦାସ ଉଲ୍ଲେଖ କରିଛନ୍ତି ଯେ ମନୋରମା ପୂର୍ବରୁ ୩ ଥର ଭାବନୀପାଟଣା ବାଳିକା ବିଦ୍ୟାଳୟରୁ ପରୀକ୍ଷା ଦେଇ ଫେଲ ହୋଇଥିଲେ । ସେ ନର୍ଲା ବ୍ଲକରେ ସମିତି ସଭ୍ୟ ଲଢ଼ିବା ବେଳେ ମାଟ୍ରିକ ପାସ ସାର୍ଟିଫିକେଟ ଦେଇ ନ ଥିଲେ। ଅଣ୍ଡର ମେଟ୍ରିକ ଥିଲା।
ପରେ ସତ୍ୟ ପାଠରେ ବିହାରରୁ ମାଟ୍ରିକ ପାସ ବୋଲି ଉଲ୍ଲେଖ କରିଛନ୍ତି। ଯାହାକି ନିର୍ବାଚନ ବେଳେ ଦେଇଥିବା ସତ୍ୟପାଠରେ ଦେଇଥିଲେ। ଏହା ମିଛ ସାର୍ଟିଫିକେଟ ବୋଲି ଭକ୍ତ ଦାବି କରିଛନ୍ତି। ଏ ସମସ୍ତ ସୂଚନା ଅଧିକାର ଆଇନରେ ଅଣାଯାଇ ମାନ୍ୟବର ହାଇକୋର୍ଟରେ ଦାଖଲ କରାଯାଇଥିବା ପୂର୍ବତନ ସାଂସଦ ଭକ୍ତ ଚରଣ ଦାସ କହିଛନ୍ତି।
ତେବେ ଏହାକୁ ନେଇ ମନୋରମାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
Comments are closed.