କଟକ: ରଥଯାତ୍ରା ବେଳେ ଯେଉଁଭଳି ଅବ୍ୟବସ୍ଥା ଦେଖାଦେଇଛି ଏହାକୁ ନେଇ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ପୁରୀ ରଥଯାତ୍ରା ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ଅମରେଶ ପଣ୍ଡାଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇ କଟକ ସ୍ଥିତ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ପୋଲିସ ବିଭାଗ ତରଫରୁ ଜାରି ହୋଇଥିବା ଏକ ଚିଠିରେ ଏହି ବଦଳି ଆଦେଶ ବାବଦରେ ଉଲ୍ଲେଖ ରହିଛି।
ପୁରୀ ରଥଯାତ୍ରା ବେଳେ ପ୍ରଥମେ ଭିଡ ଯୋଗୁଁ ଜଣେ ଭକ୍ତଙ୍କର ପ୍ରାଣହାନୀ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ। ସେହିପରି ମଙ୍ଗଳବାର ପୁରୀରେ ବଡଠାକୁର ବଳଭଦ୍ରଙ୍କର ଆଡପ ମଣ୍ଡପ ବେଳେ ହାମୁଡେଇ ହୋଇପଡ଼ିଥିଲେ। ଏହାବାଦ ତିନି ଠାକୁରଙ୍କ ଗୁଣ୍ଡିଚା ମନ୍ଦିର ପହଣ୍ଡି ବେଳେ ଦୁଇ ସେବାୟତ ଗୋଷ୍ଠୀଙ୍କ ମତଭେଦ ହୋଇଥିଲା। ପହଣ୍ଡି କରାଉଥିବା ସେବାୟତମାନେ ଠାକୁରଙ୍କୁ ରଥ ଉପରେ ଛାଡ଼ି ଘରକୁ ପଳାଇଗଲେ। ଦୀର୍ଘ ସମୟ ଧରି ତିନି ଠାକୁର ରଥ ଉପରେ ରହିଥିଲେ।
Comments are closed.