Latest Odisha News

ଆଇନ ମନ୍ତ୍ରୀଙ୍କ ବଡ଼ ସୂଚନା; କାଲି ଖୋଲାଯିବ ରତ୍ନଭଣ୍ଡାର

ଭୁବନେଶ୍ୱର: ଆସନ୍ତାକାଲି ଖୋଲିବ ରତ୍ନଭଣ୍ଡାର। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଖୋଲିବା ନେଇ ଏସଓପି ପ୍ରଦାନ କଲେ ରାଜ୍ୟ ସରକାର।

ତେବେ ରତ୍ନଭଣ୍ଡାର କେତେବେଳେ ଖୋଲିବ ସେନେଇ ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ବ ଦିଆଯାଇଛି। ପ୍ରତ୍ୟେକ କାର୍ଯ୍ୟ ନିର୍ଦ୍ଧାରିତ ନିୟମାବଳୀ ଅନୁସାରେ କରାଯିବ ଏବଂ ସବୁ ଦାୟିତ୍ୱ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉପରେ ନ୍ୟସ୍ତ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଏନେଇ ସେ ଆହୁରି ମଧ୍ଯ କହିଛନ୍ତି, ଅତ୍ୟନ୍ତ ସ୍ୱଚ୍ଛତାର ସହ ନିଖୁଣ ଭାବେ ରତ୍ନଭଣ୍ଡାରର ଗଣତି ମଣତି କରାଯିବ। ରତ୍ନଭଣ୍ଡାର ଗଣତି ମଣତି ସମୟରେ ଆରବିଆଇର ପ୍ରତିିନିଧି ମଧ୍ୟ ରହିବେ। ରତ୍ନଭଣ୍ଡାର ଗଣତିର ଡିଜିଟାଲ ଡକ୍ୟୁମେଣ୍ଟ ପ୍ରସ୍ତୁତ ହେବ।

 

Comments are closed.