Latest Odisha News

BREAKING NEWS

ଚାନ୍ଦିପୁରା ଭାଇରସ ଆତଙ୍କ; ଜଣେ ଶିଶୁ ମୃତ

ଅହମଦାବାଦ: ଗୁଜରାଟରେ ମାତିଛି ଚାନ୍ଦିପୁରା ଭାଇରସ। ଏହାର ସଂକ୍ରମଣରେ ଜଣେ ସାଢେ ଚାରିବର୍ଷର ଶିଶୁର ଜୀବନ ଯାଇଛି। ଏନେଇ ସ୍ପଷ୍ଟ କରିଛି ନ୍ଯାସନାଲ ଇନଷ୍ଟିଚ୍ଯୁଟ ଅଫ ଭିରୋଲୋଜି ବା ଏନଆଇଭି।

ତେବେ ବର୍ତ୍ତମାନ ସୁଦ୍ଧା ଗୁଜରାଟରେ ୧୫ ଜଣ ଏହି ଭାଇରସରେ ସଂକ୍ରମିତ ହେଲେଣି। ସେମାନଙ୍କ ମଧ୍ଯରୁ ୮ ଜଣ ପ୍ରାଣ ହରାଇଛନ୍ତି।

ବୁଧବାର, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଆକଳନ ଅନୁଯାୟୀ, ରାଜ୍ୟରୁ ଏପର୍ଯ୍ୟନ୍ତ ୨୯ଟି ମାମଲା ରୁଜୁ ହୋଇଛି। ୨୯ ଟି ମାମଲା ମଧ୍ୟରୁ ୨୬ ଟି ଗୁଜରାଟର, ଦୁଇଟି ରାଜସ୍ଥାନର ଏବଂ ଗୋଟିଏ ମାମଲା ମଧ୍ୟପ୍ରଦେଶର। ସେହିପରି ୧୫ ମୃତକଙ୍କ ମଧ୍ୟରେ ୧୪ଜଣ ଏହି ରାଜ୍ୟର ହୋଇଥିବା ବେଳେ ଜଣେ ଲେଖାଏଁ ପଡୋଶୀ ରାଜ୍ୟ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ରହିଛନ୍ତି।

ଗୁଜରାଟର ସାବରକନ୍ଥ, ଆରାବଳୀ, ମୋରବି, ଖେଡା, ମେହସାନା, ରାଜକୋଟ, ଅହମଦାବାଦ ଆଦି ଜିଲ୍ଲାରେ ଚାନ୍ଦିପୁରା ଭାଇରସ ଆତଙ୍କ ଖେଳାଇଛି।ଏହି ଭାଇରସ ଭେସିକୁଲାର ଭାଇରସ ଜେନସ ଶ୍ରେଣୀର ଅନ୍ତର୍ଗତ ଥିବା ବେଳେ ମୁଖ୍ଯତଃ ପିଲାଙ୍କ ପ୍ରତି ବିପଦ ସାବ୍ଯସ୍ତ ହୋଇଥାଏ।

ସୂଚନାଯୋଗ୍ୟ, ଚାନ୍ଦିପୁରା ଭାଇରସ ଯୋଗୁ ପ୍ରବଳ ଜ୍ବର, ଡାଇରିଆ, ବାନ୍ତି, କାଶ ହୋଇଥାଏ।

Comments are closed.