Latest Odisha News

ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣାରେ ୪ ମୃତ, ହେଲ୍ପଲାଇନ ନଂ ଜାରି

ଗୋଣ୍ଡା: ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣାରେ ୪ ଜଣଙ୍କ ଜୀବନ ଯାଇଛି। ଗୋରଖପୁର ରେଳ ବିଭାଗର ମୋତିଗଞ୍ଜ ସୀମାରେ ଏହି ଘଟଣା ଘଟିଛି।

ଟ୍ରେନ ନମ୍ବର ୧୫୯୦୪ ଚଣ୍ଡିଗଡ଼ରୁ ଲୋକଙ୍କୁ ଧରି ଆସାମର ଦିବ୍ରୁଗଡ଼ ଯାଉଥିଲା। ଦୁର୍ଘଟଣାକୁ ନେଇ ରେଳବାଇ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରିଛି। ଏହି ଦୁର୍ଘଟଣା ହେତୁ ଏହି ମାର୍ଗ ଦେଇ ଯାଉଥିବା ୧୧ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି ଏବଂ ଦୁଇଟି ଟ୍ରେନକୁ ବାତିଲ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶର ଗୋଣ୍ଡା ଓ ଝିଲାହି ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନର କିଛି ବଗି ଝିଲାହି ଷ୍ଟେସନ ଠାରୁ ଅଳ୍ପଦୂରରେ ଥିବା ପିକାଉରା ଠାରେ ଓଲଟି ପଡ଼ିଛି। ଅତି କମରେ ଏସି କମ୍ପାର୍ଟମେଣ୍ଟର ୧୦ଟି କୋଚ୍ କ୍ଷତିଗ୍ରସ୍ତ ହୋଇଥିଲା।

ତେବେ ସୋସିଆଲ ମିଡିଆରେ ଦୁର୍ଘଟଣାର ଭିଡିଓ ମଧ୍ଯ ଭାଇରାଲ ହେବାରେ ଲାଗିଛି। ବଗି ମଧ୍ୟରେ ଅନେକ ଲୋକ ଫସି ରହିଥିବା ଦେଖିବାକୁ ମିଳୁଛି। ଆଉ କିଛି ଯାତ୍ରୀମାନେ ସେମାନଙ୍କ ଲଗେଜ୍ ଧରି ରେଳ ଟ୍ରାକ୍ ପାଖରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି।

 

Comments are closed.