Latest Odisha News

BREAKING NEWS

ଏଥର ଅଫିସିଆଲ: ଅଲଗା ହେବେ ହାର୍ଦ୍ଦିକ-ନତାଶା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକଙ୍କ ପ୍ରେମ ସମ୍ପର୍କ ଓ ବିବାହ ବେଶ ଚର୍ଚ୍ଚାରେ ରହିଥିଲା । ଏବେ ସେମାନଙ୍କ ବିଚ୍ଛେଦ ମଧ୍ୟ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଛି । ଉଭୟ ସେମାନଙ୍କ ଛାଡପତ୍ର ନେଇ ସ୍ପଷ୍ଟ କରିଛନ୍ତି । ୧ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିଲା । ଗୁରୁବାର ନତାଶା ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ପରସ୍ପର ଅଲଗା ହୋଇ ଯାଇଥିବା ସ୍ପଷ୍ଟ କରିଛନ୍ତି । ହାର୍ଦ୍ଦିକ ଏବଂ ନତାଶା ୨୦୨୦ରେ ବିବାହ କରିଥିଲେ । ୨୦୨୨ରେ ସେମାନଙ୍କ ଏକ ପୁତ୍ର ସନ୍ତାନ(ଅଗସ୍ତ୍ୟ) ମଧ୍ୟ ହୋଇଥିଲା । ପ୍ରାୟ ୪ ବର୍ଷ ପରେ ସେମାନେ ଅଲଗା ହୋଇଛନ୍ତି । ଅଗସ୍ତ୍ୟ ଆମର ଏକ ଅଂଶ ହୋଇ ରହିବେ । ତାଙ୍କୁ ସମସ୍ତ ସୁଖ ଯୋଗାଇବା ଆମର କର୍ତବ୍ୟ ବୋଲି ନତାଶ ଲେଖିଛନ୍ତି ।

ଏକତ୍ର ରହିବା ପରେ ଉଭୟ ପରସ୍ପର ସହମତିରେ ଅଲଗା ହେବାକୁ ନିଷ୍ପତି ନେଇଛୁ । ଏହା ଏକ କଷ୍ଟସାଧ୍ୟ ପଦକ୍ଷେପ ଥିଲେ ମଧ୍ୟ ଶେଷରେ ବାଧ୍ୟ ହୋଇଛୁ ବୋଲି ସେ କହିଛନ୍ତି । ଗୁରୁବାର ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଥିଲା । ହାର୍ଦ୍ଦିକଙ୍କ ଉଭୟ ଦିନିକିଆ, ଟି୨୦ରେ ଅଧିନାୟକ କିମ୍ବା ଉପଅଧିନାୟକ ପଦ ପ୍ରଦାନ କରାଯାଇ ନାହିଁ ।

Comments are closed.