Latest Odisha News

ସଂସଦର ବିଜନେସ ଆଡଭାଇଜରୀ କମିଟିର ସଦସ୍ୟ ହେଲେ ସାଂସଦ ବୈଜୟନ୍ତ ଓ ଭର୍ତ୍ତୁହରି

ନୂଆଦିଲ୍ଲୀ: ସଂସଦର ବିଜନେସ ଆଡଭାଇଜରୀ କମିଟି ପାଇଁ ମନୋନୀତ ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା । ତାଙ୍କ ସହ କଟକ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ମନୋନୀତ ହୋଇଛନ୍ତି। ବାଚସ୍ପତି ଓମ୍ ବିର୍ଲା ବିଭିନ୍ନ ଦଳର ମୋଟ ୧୪ ଜଣ ସାଂସଦଙ୍କୁ କମିଟି ପାଇଁ ମନୋନୀତ କରିଛନ୍ତି ।

ତେବେ ବିଜନେସ ଆଡଭାଇଜରୀ କମିଟିରେ ଥିବା ଅନ୍ୟ ସଦସ୍ୟମାନେ ହେଉଛନ୍ତି, ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ, କଂଗ୍ରେସ ସାଂସଦ ଗୌରବ ଗୋଗୋଇ, ଡିଏମକେ ସାଂସଦ ଦୟାନିଧି ମାରନ, ବିଜେପି ସାଂସଦ ପିପି ଚୌଧୁରୀ, ଅନୁରାଗ ଠାକୁରଙ୍କୁ ବିଜନେସ୍ ଆଡଭାଇଜରୀ କମିଟି ପାଇଁ ମନୋନୀତ କରିଛନ୍ତି ବାଚସ୍ପତି। ସେହିପରି ଲାଲଜି ବର୍ମା, କୋଡ଼ିକୁନିଲ ସୁରେଶ, ଅରବିନ୍ଦ ଗଣପତ ସାୱନ୍ତ୍, ଦିଲେଶ୍ୱର କାମତ, ସଞ୍ଜୟ ଜୟସ୍ୱାଲ୍, ନିଶିକାନ୍ତ ଦୁବେ, ଲଭୁ ଶ୍ରୀ କ୍ରିଷ୍ଣା ମଧ୍ୟ ମନୋନୀତ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସଂସଦର ବେଜଟ୍ ଅଧିବେଶନ । ୨୩ ତାରିଖରେ ସଂସଦରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

Comments are closed.