Latest Odisha News

୯ ବର୍ଷ ବୟସରେ ଚେସ ଅଲିମ୍ପିଆଡ ଖେଳିବେ ବୋଧନା ଶିବାନନ୍ଦନ

ବୁଡାପେଷ୍ଟ:ବୋଧନା ଶିବନନ୍ଦନ ବୁଡାପେଷ୍ଟ ଚେସ ଅଲିମ୍ପିଆଡ ପାଇଁ ଇଂଲଣ୍ଡ ପକ୍ଷରୁ ଖେଳିବେ । ମାତ୍ର ୯ ବର୍ଷ ବୟସରେ ଭାରତୀୟ ବଂଶୋଦ୍ଭବ ବୋଧନା ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ସେ ଇଂଲଣ୍ଡ ପକ୍ଷରୁ ସବୁଠାରୁ କମ ବୟସରେ ଏଥିପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଅନଲାଇନ ଏବଂ ୟୁଟ୍ୟୁବରେ ସେ ଚେସ ଖେଳି ସେ ଏବେ ଗୋଟି ଚାଳନରେ ଧୂରନ୍ଧର ସାଜିଛନ୍ତି । କରୋନା ମହାମାରୀ ସମୟରେ ବୋଧନାଙ୍କ ବାପା ଶିବନନ୍ଦନ ବେଲାୟୁଦ୍ଧମ ଲଣ୍ଡନରେ ରହୁଥିଲେ । ତାଙ୍କ ଘରକୁ ଜଣେ ବନ୍ଧୁ ରହିବାକୁ ଆସିଥିଲେ । ସେ ଯିବା ପରେ ଭୁଲରେ ଗୋଟିଏ ବ୍ୟାଗ ଛାଡି ଯାଇଥିଲେ । ଶିବନନ୍ଦନ ବ୍ୟାଗ ଦେଖିବା ପରେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ନ ଥିବାରୁ ଏହାକୁ ଫିଙ୍ଗିବାକୁ ଯାଉଥିଲେ ।

ସେ ସମୟରେ ବୋଧନାଙ୍କ ନଜର ତାହା ମଧ୍ୟରେ ଥିବା ଚେସ ବୋର୍ଡ ଉପରେ ପଡିଥିଲା । ସେ ଉତ୍କଣ୍ଠା ସହକାରେ ବାପାଙ୍କୁ ଏହା କଣ ବୋଲି ପଚାରିଥିଲେ । ସବୁ କିଛି ଜାଣିବା ପରେ ସେ ଚେସର ନିଶାରେ ପଡି ଯାଇଥିଲେ । ଅନଲାଇନରେ ଗୋଟିଏ ପରେ ଗୋଟିଏ ଚେସ ସେ ଜିତିବାରେ ଲାଗିଲେ । ଇଂଲଣ୍ଡର ଇଂଟରନ୍ୟାଶନାଲ ମାଷ୍ଟର୍ସ ଚେସ ଖେଳାଳି ଲରେନ୍ସ ଟ୍ରେଂଟ ଦୃଢ଼ତା ସହକାରେ କହିଛନ୍ତି ବୋଧନା ନିଶ୍ଚିତ ଭାବେ ଜଣେ ମହାନ ଖେଳାଳି ହେବେ । ଆମେରିକାର ଅଭିମନ୍ୟୁ ମିଶ୍ର ୧୨ ବର୍ଷ ବୟସରେ ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରିଥିଲେ । ବୋଧନା ତାଙ୍କ ରେକର୍ଡ ଭାଙ୍ଗିବାକୁ ହେଲେ ୩ ବର୍ଷ ମଧ୍ୟରେ ଏହି ନର୍ମ ହାସଲ କରିବାକୁ ପଡିବ ।

Comments are closed.