Latest Odisha News

ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ କୋଚିଂ ଷ୍ଟାଫରେ ସାମିଲ ହେଲେ ଅଭିଷେକ, ର‌୍ୟାନ ଟେନ

ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ କିକେଟ ଟିମର କୋଚିଂ ଷ୍ଟାଫ ମଧ୍ୟରେ ଅଲରାଉଣ୍ଡର ଅଭିଷେକ ନାୟାର ଓ ର‌୍ୟାନ ଟେନ ଡୋଶ୍ଚେଟଙ୍କୁ ସାମିଲ କରାଯାଇଛି । କୋଚ ଗୌତମ ଗମ୍ଭୀରଙ୍କ ଅନୁରୋଧ କ୍ରମେ ଏହି ଦୁଇଜଣଙ୍କୁ ସାମିଲ କରାଯାଇଛି । ଆଇପିଏଲରେ ଗମ୍ଭୀରଙ୍କ ସହ ଅଭିଷେକ ଓ ନେଦରଲାଣ୍ଡର ଏହି ପୂର୍ବତନ ଅଲରାଉଣ୍ଡର କାମ କରି ସାରିଛନ୍ତି । ଟି. ଦିଲୀପ ପୂର୍ବଭଳି ଫିଲ୍ଡିଂ କୋଚ ଦାୟିତ୍ୱ ତୁଲାଇବେ । ଦିଲୀପ ସୋମବାର ଟିମ ସହିତ ଶ୍ରୀଲଙ୍କା ଯିବେ । ବୋଲିଂ କୋଚଙ୍କ ନାମ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଅଷ୍ଟ୍ରେଲିଆର ଟ୍ରାୟ କୁଲେ ସାମୟିକ ଭାବେ ଏହି ଦାୟିତ୍ୱ ତୁଲାଇ ପାରନ୍ତି ।

ପ୍ରଥମ ଥର ପାଇଁ ଟିମର କୋଚିଂ ଷ୍ଟାଫ ମଧ୍ୟରେ ୨ ଜଣ ସହକାରୀ କୋଚ ରହିବେ । ରବି ଶାସ୍ତ୍ରୀ ଓ ରାହୁଲ ଡ୍ରାଭିଡଙ୍କ ସମୟରେ କେହି ସହକାରୀ କୋଚ ନ ଥିଲେ । ଅଭିଷେକ ଓ ଟେନ ଡୋଶ୍ଚେଟ ଭାରତୀୟ ଟିମ ସହିତ ଯୋଗ ଦେବା ପରେ କେକେଆର ନିକଟରେ କେବଳ ମୂଖ୍ୟ କୋଚ ଚନ୍ଦ୍ରକାନ୍ତ ପଣ୍ଡିତ ଓ ବୋଲିଂ କୋଚ ଭରତ ଅରୁଣ ରହିଛନ୍ତି । ଶ୍ରୀଲଙ୍କା ଗସ୍ତରେ ଭାରତ ୨ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳିବ ।

Comments are closed.