Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ସରପଞ୍ଚ ମ୍ୟାଡାମ୍

ଅନୁଗୁଳ: ଭିଜିଲାନ୍ସ ଜାଲରେ ସରପଞ୍ଚ ମ୍ୟାଡାମ୍ । ଭିଜିଲାନ୍ସ ଜାଲରେ ପଡିଛନ୍ତି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସୁସୁବା ଗ୍ରାମପଞ୍ଚାୟତ ସରପଞ୍ଚ ମାମାଲି ସାମଲ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ ।

ସୂଚନା ଅନୁସାରେ, ମନରେଗା ଯୋଜନା ଅଧିନରେ ପୋଖରି ଖୋଳାଇବା ପାଇଁ ନିୟୋଜିତ ଶ୍ରମିକଙ୍କ ବଳକା ମଜୁରି ପ୍ରଦାନ କରିବା ପାଇଁ ଅଭିଯୋଗକାରୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । କୌଣସି ଉପାୟ ନପାଇ ଶେଷରେ ଉକ୍ତ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସର ଦ୍ଵାରସ୍ତ ହୋଇଥିଲେ । ଯୋଜନା ମୁତାବକ ଆଜି ଅଭିଯୋଗକାରୀ ଜଣଙ୍କ ଲାଞ୍ଚ ଦେଉଥିବା ବେଳେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ଟିମ୍ ସରପଞ୍ଚ ମାମାଲିଙ୍କୁ ମାଡି ବସିଥିଲା । ସରପଞ୍ଚଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିବା ସହ ଡିଏ ମାମଲାରେ ଶ୍ରୀମତି ସାମଲଙ୍କ ବାସଭବନ ସମେତ ୨ଟି ସ୍ଥାନରେ ଚଢାଉ କରିଛି ।

Comments are closed.