Latest Odisha News

ଅନନ୍ୟ ପ୍ରେମ, ପତ୍ନୀଙ୍କ ସ୍ମୃତିରେ ବନାଇଲେ ଅବିକଳ ପ୍ରତିମା

ୱାରଙ୍ଗଲ: ଅନନ୍ୟ ଓ ଶାଶ୍ବତ ପ୍ରେମର ଏକ ଜ୍ବଳନ୍ତ ଉଦାହରଣ। ପତ୍ନୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ଅନୁପସ୍ଥିତିକୁ ପୂରଣ କରିବା ପାଇଁ ନିର୍ମାଣ କଲେ ପ୍ରତିମା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ୱାରଙ୍ଗଲ ଜିଲ୍ଲାରେ।

ସୁଜାତା ଏବଂ ଭେଙ୍କଟାନାରାୟଣ ୩୩ବର୍ଷ ଧରି ସୁଖଦୁଃଖରେ ଏକାଠି ଜୀବନ ଅତିବାହିତ କରିଥିଲେ। ଦୁହିଁଙ୍କ ଭଲ ପାଇବା ଏତେ ନିବିଡ଼ ଥିଲା ଯେ, ସୁଜାତାଙ୍କ ମୃତ୍ୟୁ ପରେ ଭେଙ୍କଟାନାରାୟଣଙ୍କ ଜୀବନରେ ଏକ ଶୂନ୍ୟସ୍ଥାନ ଛାଡିଯାଇଥିଲେ।

ତେବେ ତାଙ୍କ ସ୍ମୃତି ଏବଂ ସେମାନଙ୍କର ଅଦମ୍ୟ ପ୍ରେମକୁ ସମ୍ମାନ ଦେବା ପାଇଁ ଭେଙ୍କଟାନାରାୟଣ ଏକ ମନ୍ଦିର ନିର୍ମାଣ କରିବା ସହ ସୁଜାତାଙ୍କର ଏକ ପ୍ରତିମା ସ୍ଥାପନ କରିଥିଲେ।

ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସୁଜାତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରାଯାଇଥିଲା। ଏହି ସମାରୋହରେ ଦମ୍ପତିଙ୍କ ପୁଅ ଏବଂ ଝିଅ ମଧ୍ୟ ଉପସ୍ଥିତ ରହି ପ୍ରତିମାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏନେଇ ଭେଙ୍କଟାନାରାୟଣ କହିଛନ୍ତି ଯେ, ଏହା ଦ୍ବାରା ସୁଜାତାଙ୍କ ସ୍ମୃତି ସେମାନଙ୍କ ଜୀବନରେ ସବୁଦିନ ପାଇଁ ଚିରସ୍ଥାୟୀ ରହିବ ଏବଂ ପାରିବାରିକ ସମ୍ପର୍କକୁ ସୁଦୃଢ କରିବ।

 

Comments are closed.