Latest Odisha News

BREAKING NEWS

ଉଚ୍ଚସ୍ତରୀୟ ବୈଠକରେ ‘ବୁଲବୁଲ’ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ‘ବୁଲବୁଲ’କୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା ବ୍ୟକ୍ତ କରିବା ପରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ ମିଶ୍ର ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ ଓ ନିକୋବାର ଦ୍ୱୀପସମୂହର ସରକାରଙ୍କ ସହିତ ଏହାର ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।

ଗତ କିଛି ଘଂଟା ମଧ୍ୟରେ ବାତ୍ୟା ‘ବୁଲବୁଲ’ ସ୍ଥଳଭାଗ ଦିଗରେ ଗତି କରୁଥିବା କାରଣରୁ ଦେଖାଦେଇଥିବା ସ୍ଥିତି ସମ୍ପର୍କରେ ଏହି ବୈଠକରେ ସମୀକ୍ଷା କରାଯାଇଥିଲା । ଭାରତୀୟ ପାଣିପାଗ ବିଭାଗର ମହାନିଦେ୍ର୍ଧଶକ ବାତ୍ୟା ‘ବୁଲବୁଲ’ର ବିସ୍ତୃତ ପୂର୍ବାନୁମାନ ସମ୍ପର୍କରେ ସୂଚନା ଦେଇଥିଲେ । ବିଶେଷ କରି ସମୁଦ୍ରରେ ଏହାର ଦିଗ ଓ ପବନର ବେଗ, ବର୍ଷାର ପରିମାଣ, ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଏହାର ପ୍ରଭାବ ସମ୍ପର୍କରେ ସେ ସୂଚନା ଦେଇଥିଲେ । ବୈଠକରେ ସୂଚନା ଦିଆଯାଇଥିଲା ଯେ ଏହି ବାତ୍ୟା ପ୍ରଭାବରେ ନଭେମ୍ବର ୮ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଂଟା ପ୍ରତି ୭୦ରୁ ୮୦ କିମି ବେଗରେ ପବନ ବହିବ । ସ୍ଥଳ ବିଶେଷରେ ପବନର ବେଗ ଘଂଟା ପ୍ରତି ୯୦ କିମି ଛୁଇଁପାରେ । ନଭେମ୍ବର ୯ ତାରିଖରେ ପଶ୍ଚିମବଙ୍ଗ ଉପକୂଳରେ ମଧ୍ୟ ଏଭଳି ସ୍ଥିତି ରହିବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବା କାରଣରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ଲାଗି ସତର୍କ କରି ଦିଆଯାଇଛି ।

ବାତ୍ୟା ପାଇଁ ସମସ୍ତ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଉପକୂଳ ଅଂଚଳରେ ୨୪ ଘଂଟିଆ ଅନୁଧ୍ୟାନ ବ୍ୟବସ୍ଥା ଆରମ୍ଭ କରାଯାଇଥିବା ରାଜ୍ୟର ମୁଖ୍ୟ ଶାସନ ସଚିବମାନେ ସୂଚନା ଦେଇଥିଲେ । ଆହୁରି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ ରାଯାଇଥିବା ବେଳେ ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ଯଥାଶୀଘ୍ର କୂଳକୁ ଫେରି ଆସିବା ପାଇଁ କୁହାଯାଇଛି । ଏନଡିଆରଏଫ ଡିଜି ସୂଚନା ଦେଇଥିଲେ ଯେ ପରିସ୍ଥିତିର ମୁକାବିଲା ପାଇଁ ସେମାନଙ୍କ ଟିମ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ଏବଂ ଗଛ କଟା, ବିଦୁ୍ୟତ ଖୁଂଟ କଟା ଯନ୍ତ୍ର ଆଦି ସରଞ୍ଜାମ ପ୍ରସ୍ତୁତ କରି ରଖାଯାଇଛି । ଭାରତୀୟ ଉପକୂଳ ସୁରକ୍ଷା ବାହିନୀ ମଧ୍ୟ ସତର୍କ ରହିଛି ଏବଂ ମାଛଧରା ଓ ବାଣିଜି୍ୟକ ଜାହାଜଗୁଡ଼ିକୁ ସମୁଦ୍ର ମଧ୍ୟକୁ ନଯିବା ଲାଗି ସତର୍କ କରି ଦେଇଛି ।

ଧନଜୀବନ ହାନିକୁ ଯଥାସମ୍ଭବ ଏଡ଼ାଇବା ଲାଗି ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ସେମାନଙ୍କୁ ପରାମର୍ଶ ଦେଇଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ସେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା, ସ୍ୱରାଷ୍ଟ୍ର ବ୍ୟାପାର ସଚିବ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ, ଏନଡିଏମଏ ସଦସ୍ୟ, ଏନଡିଆରଏଫ ଓ ଭାରତୀୟ ପାଣିପାଗ ବିଭାଗର ମହାନିଦେ୍ର୍ଧଶକ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସ୍ୱରାଷ୍ଟ୍ର ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହାବ୍ୟତୀତ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆଣ୍ଡାମାନ ନିକୋବର ଦ୍ୱୀପସମୂହ ସରକାରଙ୍କ
ମୁଖ୍ୟ ଶାସନ ସଚିବ, ପ୍ରତିନିଧିମାନେ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଡ଼ି ହୋଇଥିଲେ ।

Leave A Reply

Your email address will not be published.