Latest Odisha News

ରାସ୍ତାରେ ଯାଉଥିବା ଯୁବତୀଙ୍କ ସହ ଦୁର୍ବ୍ଯବହାର; ପାଣି ଫିଙ୍ଗିଲେ, ଟଣାଓଟରା କଲେ

ଲକ୍ଷ୍ନୌ: ଲକ୍ଷ୍ନୌର ଗୋମତିନଗର ସ୍ଥିତ ଆମ୍ବେଦକର ପାର୍କ ନିକଟରେ ବୁଧବାର ଘଟି ଯାଇଛି ଅଭାବନୀୟ ଘଟଣା। ପ୍ରବଳ ବର୍ଷା ହେତୁ ଏହି ଅଞ୍ଚଳ ଜଳମଗ୍ନ ହୋଇପଡିଥିଲା। ଲୋକମାନେ ଆଣ୍ଠୁଏ ଆଣ୍ଠୁଏ ପାଣିରେ ଯାତାୟାତ କରୁଥିଲେ।

ସୂଚନା ଅନୁଯାୟୀ, ଗୋମତିନଗର ଅଞ୍ଚଳରେ ପ୍ରବଳ ବର୍ଷା ପରେ ହୋଟେଲ ତାଜ, ଜି -20 ରୋଡ ଏବଂ ଆମ୍ବେଦକର ପାର୍କ ସମ୍ମୁଖରେ ପାଣି ଜମା ହୋଇ ରହିଥିଲା। ଏହି ରାସ୍ତାରେ ଗୋଟିଏ ବାଇକରେ ଦୁଇ ଜଣ ଯାଉଥିବା ବେଳେ ପଛରେ ବସିଥିବା ମହିଳାଙ୍କ ସହ ଅସଦାଚରଣ କରିଥିଲେ ପାଣିରେ ଖେଳୁଥିବା କିଛି ବଦମାସ ପିଲା। ସେମାନେ ବାଇକ କୁ ଟାଣି ପକାଇଦେଇଥିଲେ, ଫଳରେ ଯୁବତୀ ଜଣକ ମଧ୍ଯ ତଳେ ପଡ଼ିଯାଇଥିଲେ।

ତା’ପରେ ତାଙ୍କୁ ଉଠାଇବାର ବାହାନା କରି ବଦମାସ ପିଲାମାନେ ତାଙ୍କ ସହ ଅସଦାଚରଣ କରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ଏହି ମାମଲାରେ ଏପର୍ଯ୍ୟନ୍ତ ୨ ଜଣଙ୍କୁ ଗିରଫ କରାଯାଇଛି।

 

Comments are closed.