Latest Odisha News

ମାଉସୀ ନେଇଗଲା ଝିଆରୀର ପୁଅ

ଆଠଗଡ଼: ଖୁଣ୍ଟୁଣୀ ମେଡିକାଲ୍‌ ପରିସରରୁ ଶିଶୁପୁତ୍ର ଚୋରି l ଝିଆରୀର ୪ ମାସର ପୁଅକୁ ସମ୍ପର୍କୀୟ ମାଉସୀ ନେଇ ଯାଇଥିବା ଅଭିଯୋଗ l ଆଜି ଢେଙ୍କାନାଳର ପିଙ୍ଗୁଆ ଅଞ୍ଚଳରୁ ଶିଶୁପୁତ୍ରକୁ ଉଦ୍ଧାର କରିଛି ପୋଲିସ l ସମ୍ପର୍କୀୟ ମାଉସୀ ସହ ଅନ୍ୟ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ l

ସୂଚନା ଅନୁସାରେ, ଗତକାଲି ୪ ମାସର ପୁଅକୁ ନେଇ ଖୁଣ୍ଟୁଣୀ ମେଡିକାଲ୍ ଆସିଥିଲେ ଝିଆରୀ l ଝିଆରୀକୁ ଔଷଧ ଆଣିବାକୁ କହି ଶିଶୁପୁତ୍ରକୁ ନେଇ ପଳାଇଥିଲେ ମାଉସୀ l ଏନେଇ ଖୁଣ୍ଟୁଣୀ ଥାନାରେ ଅଭିଯୋଗ କରିଥିଲେ ଝିଆରୀ ଜଣଙ୍କ l ଅଭିଯୋଗ ଅନୁସାରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ପୋଲିସ l ତଦନ୍ତ ପରେ ଆଜି ଢେଙ୍କାନାଳର ପିଙ୍ଗୁଆ ଅଞ୍ଚଳରୁ ଶିଶୁପୁତ୍ରକୁ ଉଦ୍ଧାର କରିଛି ପୋଲିସ l ଏଥିସହ ସମ୍ପର୍କୀୟ ମାଉସୀ ସହ ଅନ୍ୟ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ l

Comments are closed.